ବିଜେପି ପକ୍ଷରୁ ଜନଶୁଣାଣି ଶିବିର

  ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଦଳର ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ନେତା ଡଃ ସୁଧାଂଶୁ ଶେଖର ନାୟକ, ମଣ୍ଡଳ ସଭାପତି ତରଣୀସେନ ଯେନା, ରଞ୍ଜନ କୁମାର ପରିଡା ଓ ପୂର୍ବତନ ମଣ୍ଡଳ ସଭାପତି ଗିରିଶ ସାମଲ, ଉପସ୍ଥିତ ରହି ଅଭିଯୋଗଗୁଡିକ ଗ୍ରହଣ କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗଗୁଡିକ ମୁଖ୍ୟତଃ ବିଦୁ୍ୟତ ସଂଯୋଗ, ଭତ୍ତା, ରାସନକାର୍ଡ, ଜମିଜମା ବିବାଦ, କେନାଲ ଆଧାରିତ ଥିଲା । ସମସ୍ତ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ସଂପୃକ୍ତ ଅଧିକାରୀମାନଙ୍କ ନିକଟକୁ କାର୍ଯ୍ୟକାରୀ କରିବା ପାଇଁ ପଠାଯାଇଥିଲା । ଜନ ଅଭିଯୋଗ ସମାଧାନ ଦ୍ୱାରା ଆତ୍ମସନ୍ତୋଷ ମିଳୁଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ପ୍ରତି ସପ୍ତାହର ଶୁକ୍ରବାର ନିୟମିତ ଭାବେ ଜନଶୁଣାଣି ହେଉଥିବାରୁ ଜନସାଧାରଣ ଏହାର ସୁଯୋଗ ନେବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।