ବିଜେପି ମଣ୍ଡଳ ସଭାପତି ଚୟନ

 ନୀଳଗିରି :  ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ୨୦୨୫ ଏବେ ସାରା ଭାରତ ବର୍ଷରେ ଚାଲିଛି । ନୀଳଗିରି ନିର୍ବାଚନ ମଣ୍ଡଳୀର ୫ଟି ମଣ୍ଡଳର ଘୋଷଣା ପୂର୍ବରୁ ହୋଇଥିଲା ବେଳେ  ସୋମବାର ସେହି କ୍ରମରେ ବାକିଥିବା ସ୍ୱର୍ଣଚୂଡ ମଣ୍ଡଳ (୧୩ ନଂ ଜୋନ)ର ମଣ୍ଡଳ ସଭାପତି ଭାବେ ରତିକାନ୍ତ ସିଂ ଏବଂ ମଣ୍ଡଳ ପ୍ରତିନିଧି ମନୀନ୍ଦ୍ର କୁମାର ରାଉତ ଘୋଷଣା ହୋଇଛି । ନିର୍ବାଚିତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି । ତୃଣମୂଳସ୍ତରରେ ଦଳକୁ କିପରି ଆହୁରି ଅଧିକ ଶକ୍ତିଶାଳୀ କରାଯିବ ସେଥିପାଇଁ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ଚେଷ୍ଟାରତ ରହିବେ ବୋଲି ମତପ୍ରକାଶ କରିଛନ୍ତି ।