ଓଡ଼ିଶା ସାରସ୍ୱତ ମତର ବାର୍ଷିକୋତ୍ସବ
ଓଡିଶା ସାରସ୍ୱତ ମତ୍ତର ବାର୍ଷିକୋତ୍ସବ ଯାଜପୁର ବ୍ଲକ ମହାପୁରୁଷ ମଣିଦାସ କଲ୍ୟାଣମଣ୍ଡପରେ ପାଳିତ ହୋଇଯାଇଛି । ଗୋପବନ୍ଧୁ ନାୟକଙ୍କ ସଭାପତିତ୍ୱରେ ଓଡିÿଶାକୃଷି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ.ସଂଗ୍ରାମ କେଶରୀ ରାଉତରାୟ, ଇଂ. ସନ୍ୟାସୀ ଜ. ମହାନଦୀ ବିହାର ସ୍ନାତକ କଲେଜ ଅଧ୍ୟକ୍ଷ ଡ.ଲଷ୍ମଣ ସାହୁ ଅତିଥିଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ସଂସ୍କୃତି ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଆନନ୍ଦ ଚନ୍ଦ୍ର ଜେନା ଉସôବ ପରିଚାଳନା କରିଥିବା ବେଳେ ଭରତବନ୍ଧୁ ବିଶ୍ୱାଳ, ଗାୟତ୍ରୀ ଦାଶ, ରବୀନ୍ଦ୍ର କୁମାର ମିଶ୍ର, ଜ୍ୟୋସ୍ନା ସିଂହ, ଅନ୍ନପୂର୍ଣ୍ଣା ବେହେରା, ବୈଦ୍ୟନାଥ ପଣ୍ଡା ପ୍ରଭୂତି କବିମାନେ କବିତା ପାଠ କରିଥିଲେ । ଏ ଅଞ୍ଚଳର ପ୍ରତିଭାଙ୍କୁ ନେଇ ଏକ ସ୍ମାରକୀ ସମ୍ମାନ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ଉପସ୍ଥିତ ହୋଇଥିଲେ । ପଞ୍ଚାନାଥ ସ୍ମାରକୀ ସମ୍ମାନରେ ବିଶ୍ୱନାଥ ଧଳ, ନଣ୍ଡେଇ ବେହେରା ସ୍ମାରକୀ ସମ୍ମାନରେ ମହେନ୍ଦ୍ର କୁମାର ନାଥ, ରୁଦ୍ର ନାରାୟଣ ବେଉରିଆ କ୍ରୀଡା ସମ୍ମାନରେ ହିତିକ ରାଉତ, ଅଙ୍କିତା ଜେନା ମେଧା ସ୍ମାରକୀ ସମ୍ମାନ ଯାଜ୍ଞସେନୀ ପଣ୍ଡା ଓ ନବକିଶୋର ନାୟକ ସ୍ମାରକୀ ସାକ୍ଷନ ନବଘନ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ବିଭିନ୍ନ ବର୍ଗରେ କାର୍ଯ୍ୟରତ ପ୍ରତିଭାଙ୍କୁ ଭୂମିପୁତ୍ର ସମ୍ମାନ, ବିଦ୍ୟାସାଗର ସମ୍ମାନ, ବସୁଧା ସମ୍ମାନ ପ୍ରଦାନ ସହିତ ବସୁଧା ପ୍ରତିକାର ବିଶେଷ ସଂଖ୍ୟାକୁ ଅତିଥି ଲୋକର୍ପଣ କରିଥିଲେ । ଏଥିସହିତ ଡାକ୍ତର ସମୀକ୍ଷା ଦାଶଙ୍କ ଉପନ୍ୟାସ ଲଗ୍ନଜିତା ଓ ଗିତାରାଣୀ ପଣ୍ଡାଙ୍କ ଲିଖିତ ଜଡ଼ବରଗଛ ଅତିଥି ଦ୍ୱାରା ଲୋକର୍ପତ ହୋଇଥିଲା । କାର୍ଯ୍ୟକ୍ରମରେ ଅବସରପାପ୍ତ ଅଧ୍ୟାପକ ଗୌରାଙ୍ଗ ବାରିକ, ସୁଷମା ରାଉତ ଅର୍ପିତା ସାହୁ, ନୀଳମଣି ପ୍ରଧାନ ସହଯୋଗ କରିଥିଲେ ।