ବିଜେପି ଯୁବ ମୋର୍ଚ୍ଚାର ସାଂଗଠନିକ ବୈଠକ
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର, ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସାଂଗଠନିକ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ରାଜେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଯୋଗ ଦେଇ ପୁରୀରେ ୨ଦିନ ଧରି ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଯୁବ ମୋର୍ଚ୍ଚାକୁ ଦିଆଯାଇଥିବା ଆଗାମୀ ଦାୟିତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ବୈଠକକୁ ଜିଲ୍ଲା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ ପରିଚାଳନା କରିଥିଲେ । ଆଗାମୀ ଦିନରେ ବୃକ୍ଷରୋପଣ, କାର୍ଗିଲ ବିଜୟ ଦିବସ ପାଳନ, ତ୍ରିରଙ୍ଗା ଯାତ୍ରା ଓ ରକ୍ତ ଦାନ ଶିବିର ଆୟୋଜନ ବିଷୟରେ କିପରି ପାଳନ କରାଯିବ ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ରାଜ୍ୟ ଓ କେନ୍ଦ୍ରରେ ଡବଲ୍ ଇଞ୍ଜିନ ସରକାର୍ ଗଠନ ହୋଇଥିବାରୁ ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ଧନ୍ୟବାଦ୍ ଦେବା ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁବୋଧ ଚନ୍ଦ୍ର ପଣ୍ଡା, ଜିଲ୍ଲା ଗଣମାଧ୍ୟମ ସହ ସଂଯୋଜକ ରଣଜିତ୍ ପୃଷ୍ଟି, ଜିଲ୍ଲା ଉପସଭାପତି ଅକ୍ଷୟ ବିଶ୍ୱାଳ, ନାରାୟଣ ମହନ୍ତ, ଦେବାଶିଷ ଆଚାର୍ଯ୍ୟ, ରାଜେନ୍ ପରିଡ଼ା, ରୁଦ୍ରଶ୍ରୀ ସଞ୍ଜୀବ ରାଉଳ, ସମ୍ପାଦକ ଶିବ ଶଙ୍କର ରାୟ, ତନ୍ମୟ ଚାନ୍ଦ, ଦିଲ୍ଲୀପ ପାତ୍ର, ଦିବ୍ୟସୁନ୍ଦର୍ ଦାସ, ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ସୁମନ୍ତ ଦାସଙ୍କ ସମେତ ସମସ୍ତ ୫୦ଟି ମଣ୍ଡଳର ସଭାପତି ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ସ୍ୱାଧୀନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।