ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଗିରଫ
ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରଣପଡା ଗ୍ରାମରେ ବିଶ୍ୱମ୍ବର ବାରିକଙ୍କ ପନôୀ ଅନିତା ବାରିକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଦିର୍ଘ ଦିନ ଧରି ସ୍ୱାମୀ ବିଶ୍ୱମ୍ବର ବାରିକଠୁ ନିର୍ଯାତନାର ଶିକାର ହୋଇ ଆସୁଥିଲେ । ଆତ୍ମହତ୍ୟା କରିଥିବା ମହିଳା କୈଳାସ କାରିକଙ୍କ ଭଉଣି । ତାଙ୍କୁ ନିର୍ଯାତିତ କରାଯାଇ ମାରିଦିଆ ଯାଇଥିବା ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ୩୪୮/୨୫ ଏକ ମାମଲା ରୁଜୁ ହୋଇ ସ୍ୱାମୀ ବିଶ୍ୱମ୍ବର ବାରିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।