ଗୃହରକ୍ଷୀ ପଦବୀ ନିମନ୍ତେ ଲିଖିତ ପରୀକ୍ଷା ୨୯ରେ
କଟକ : କଟକ ସହରାଞ୍ଚଳରେ ଖାଲି ପଡ଼ିଥିବା ମୋଟ ୨୦୯ଟି ଗୃହରକ୍ଷୀ ପଦବୀ ନିମନ୍ତେ ଲିଖିତ ପରୀକ୍ଷା ଆସନ୍ତା ଜୁନ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ପରୀକ୍ଷା ପାଇଁ ବୈଧ ଆବେଦନପତ୍ରର ଆବେଦନକାରୀମାନଙ୍କ ପାଇଁ କଟକ ସହରାଞ୍ଚଳ ଗୃହରକ୍ଷୀ କାର୍ଯ୍ୟାଳୟ ବକ୍ସିବଜାରଠାରେ ୨୪.୬.୨୦୨୫ ଠାରୁ ୨୬.୬.୨୦୨୫ ପର୍ଯ୍ୟନ୍ତ ଆଡ଼ମିଟ କାର୍ଡ଼ ଉପଲବ୍ଧ ହେବ । ଆଡ଼ମିଟ କାର୍ଡ଼ ନେବା ସମୟରେ ପ୍ରାର୍ଥୀମାନେ ନିଜ ପରିଚୟ ପ୍ରମାଣ ପତ୍ର (ଆଧାର କାର୍ଡ଼) ଦାଖଲ କରିବା ବାଧ୍ୟତାମୂଳକ । ଅବୈଧ ଆବେଦନପତ୍ର ଗୁଡ଼ିକର ତାଲିକା କଟକ ସହରାଞ୍ଚଳର ସମସ୍ତ ଥାନା ତଥା ସମଦେଷ୍ଟା ଗୃହରକ୍ଷୀ କାର୍ଯ୍ୟାଳୟ, କଟକ ସହରାଞ୍ଚଳ, ବକ୍ସିବଜାର, ରିଜର୍ଭ ଲାଇନର ସୂଚନା ଫଳକ ଏବଂ କାନ୍ଥରେ ପ୍ରକାଶ କରାଯାଇଛି । ପରୀକ୍ଷା କେନ୍ଦ୍ର ଓ ସମୟ ସଂପର୍କରେ ପ୍ରାର୍ଥୀମାନଙ୍କ ଆଡ଼ମିଟ କାର୍ଡ଼ରେ ଉଲ୍ଲେଖ ରହିବ ।