ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ : ଆଜି ନିତିନ ନବୀନ ଭରିବେ ନାମାଙ୍କନ
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । ଏନେଇ ଜାତୀୟ ରିଟର୍ଣ୍ଣିଂ ଅଧିକାରୀ କେ ଲକ୍ଷ୍ମଣ ସୂଚନା ଦେଇଛନ୍ତି । ଦିନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୪ଟାରୁ ୫ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ ଓ ୬ଟା ଭିତରେ ନାମାଙ୍କନ ପ୍ରତ୍ୟାହାର ଶେଷ ହେବ । ବିଜେପି ପକ୍ଷରୁ ଏଭଳି କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲେବି ଆସନ୍ତାକାଲି ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ । ନୀତିନ ନବୀନଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ବହୁ ରାଜ୍ୟର ବିଜେପି ସଭାପତି ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦଳୀୟ ମୁଖ୍ୟାଳୟରେ ଉପସ୍ଥିତ ରହିବେ । ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନୀତିନ ନବୀନ ଦଳର ଦ୍ୱାଦଶ ସଭାପତି ଭାବେ ନିର୍ବାଚିତ ହେବେବୋଲି ଜାଣିବାକୁ ମିଳିଛି । ତେବେ ୨୦ ତାରିଖରେ ଏନେଇ ବିଧିବଦ୍ଧ ଘୋଷଣା ହେବ । ଯେଉଁ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ ।
Samir Kumar Rout