ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ବଡ଼ସାହି: ବଡ଼ସାହି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ଏବିଇଓ) ବସନ୍ତ ମଞ୍ଜରୀ ପଟ୍ଟନାୟକ ଚାକିରୀ ଜୀବନରୁ ଅବସର ନେଇଥିବାବେଳେ ଉକ୍ତ ବ୍ଲକର ଭଣ୍ଡାରୀକୁଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ବେହେରା ମଧ୍ୟ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶିକ୍ଷା କାର୍ଯ୍ୟାଳୟ ସହିତ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରିଥିବା ଉଭୟଙ୍କୁ ନିକଟସ୍ଥ ଡାହିସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରତିକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସମ୍ପାଦକ ସଞ୍ଜୟ କୁମାର ଜେନା ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏବିଇଓ ରାଧିଆ ଚରଣ ମୁଣ୍ଡା ଏବଂ ଅନ୍ୟତମ ଅତିଥି ଭାବେ ଶିକ୍ଷକ ସମନ୍ୱୟ ସମିତିର ଆବାହକ ସଚ୍ଚିଦାନନ୍ଦ ମହାନ୍ତି, ଉପଦେଷ୍ଟା ରାଜେନ୍ଦ୍ର କୁମାର ଜେନାଙ୍କ ସହ ଜିଲ୍ଲା ପ୍ରାଥମିକ ସଂଘର ଉପଦେଷ୍ଟା ଶିବପ୍ରସାଦ ମହାପାତ୍ର, ପୂର୍ବତନ ବ୍ଳକ୍ ସଭାପତି ଧୃବେନ୍ଦ୍ର ଜେନା ଓ ପୂର୍ବତନ ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ବିଦାୟୀ ଶିକ୍ଷକ ଓ ଏବିଇଓଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଅବସରକାଳୀନ କାଗଜପତ୍ର ଏବଂ ସଂଘ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଶ୍ରୀକୃଷ୍ଣ ମହାନ୍ତ ଓ ଧିରେନ୍ଦ୍ର ନାଥ ବେହେରା ମାନପତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀକୃଷ୍ଣ ମହାନ୍ତ, ସଂଯୁକ୍ତା ରାଉତ, ଉଷା ମଞ୍ଜରୀ ପଲେଇ, ରାଜ କିଶୋର ପାଣିପାତ୍ର, ପ୍ରତିଭା ମଞ୍ଜରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ସାଙ୍ଗଠନିକ ସମ୍ପାଦକ ରଜତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।