ଅଙ୍ଗନୱାଡି ଆସୋସିଏସନ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

 ରାଜନଗର: ଅଲଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରର୍ସ ଆସୋସିଏସନ (ଭାରତୀୟ ମଜଦୂର ସଂଘ ଅନୁମୋଦିତ) ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା-ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଦିଆଯାଇଛି । ସଂଘ ସଭାନେତ୍ରୀ ରମାବତୀ ସ୍ୱାଇଁ, ସମ୍ପାଦିକା ପୁଷ୍ପଲତା ରଥଙ୍କ ନେତୃତ୍ୱରେ ଲକ୍ଷ୍ମୀରାଣୀ ସେଠୀ, କାଜଲ ମଣ୍ଡଳ, ମିନତୀ ଭୂୟାଁ, ପୁଷ୍ପଲତା ମଲ୍ଲିକ, କବିତା ବାରିକ, ପ୍ରମିଳା ପ୍ରଧାନ, ସେବତୀ ପରିଡା, ସଶ୍ମିତା ବେହେରା, ଅବିଚାରୀ ବାରିକ ପ୍ରମୁଖ କର୍ମୀ ରାଜନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଦିପାଳୀ ମିଶ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ପୋଷଣ ଟ୍ରାକରରେ ଏଫଆରଏସ ନେବା ସମୟରେ ହେଉଛି । ଏହାଛଡା ବିଭିନ୍ନ ଦାବି ନେଇ ସିଡିପିଓଙ୍କ ମାଧ୍ୟମରେ ଦାବିପତ୍ର ପଠାଇଛନ୍ତି । ପୋଷଣ ଟ୍ରାକରରେ ଏଫ୍ଆର୍ଏସ୍ କରିବା ସମୟରେ ନେଟୱାର୍କ ନରହିବା, ଉନ୍ନତମାନର ମୋବାଇଲ କର୍ମୀଙ୍କୁ ଯୋଗାଇବା, ଆଧାର ସହିତ ମୋବାଇଲ ଲିଙ୍କ୍ ନଥିବାରୁ ବାରମ୍ବାର ଫଟୋ ମିସ୍ମ୍ୟାଚ ଲେଖିବା ଇଦ୍ୟାଦି ।

ନେଟୱାର୍କ ଅଧିକାଂଶ ସମୟରେ ରହୁ ନ ଥିବାରୁ ହିତାଧିକାରୀମାନେ ବାରମ୍ବାର କେନ୍ଦ୍ରକୁ ଆସି ଫେରୁଥିବାରୁ ବିରକ୍ତି ଭାବ ପ୍ରକାଶ କରୁଛନ୍ତି । ଏପରିକି ଦିନ ମଜୁରିଆ ହିତାଧିକାରୀ ଫେସ କ୍ୟାପଚର ପାଇଁ ସମୟ ଦେଉନାହାନ୍ତି । ଯାହାଫଳରେ ପୃଷ୍ଟିକର ଖାଦ୍ୟରୁ ବଂଚିତ ହେଉଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଉନ୍ନତମାନର ମୋବାଇଲ, ୱାଇଫାଇ ବ୍ୟବସ୍ଥା, ମୋବାଇଲ ରିଚାର୍ଜ ପାଇଁ ତିନିମାସକୁ ୯ଶହ ଟଙ୍କା ଦେବା ସହିତ ୬ମାସରେ ଥରେ ଫେସ କ୍ୟାପଚର କରିବାକୁ ବିଭାଗକୁ ନିଦେ୍ର୍ଦଶ ଦିଆଯାଉ । ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାରେ କିିଶୋରୀ ବାଳିକାଙ୍କ ପାଇଁ ଦିଆଯାଉଥିବା ଅଣ୍ଡା ବାବଦକୁ ଅଗ୍ରୀମ ଅର୍ଥ ଯୁଗ୍ମ ଜମାଖାତାକୁ ଦେବା, ଅଣ୍ଡା ସିଝାଇବା ପାଇଁ କେଉଁ ଅର୍ଥରୁ ଜାଳଣୀ ପାଇଁ ଖର୍ଚ୍ଚ ହେବ ତାହା ବିଭାଗକୁ ସ୍ପଷ୍ଟ ନିଦେ୍ର୍ଦଶ ଦେବା, ନୂତନ ଅଙ୍ଗନୱାଡି କେନ୍ଦ୍ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଆସୁଥିବା ଅର୍ଥରେ ପୂର୍ବ ପରି ନିର୍ମାଣ ନକରି ପାନୀୟଜଳ, ଶୌଚାଳୟ ଓ ବିଦୁ୍ୟତ୍ ସଂଯୋଗ ବ୍ୟବସ୍ଥା କରାଯାଉ । କାର୍ଯ୍ୟରତ ସମୟରେ ମୃତୁ୍ୟବରଣ କରୁଥିବା କର୍ମୀ ଓ ସହାୟିକାଙ୍କ ପରିବାରକୁ ମୃତୁ୍ୟକାଳୀନ ରାଶି ପ୍ରଦାନ ସହ ପରିବାରର ଜଣକୁ ନିଯୁକ୍ତି ଦିଆଯାଉ, ନୂତନ ଶିକ୍ଷାନୀତି ଆଧାରରେ ଯୋଗ୍ୟତା ଭିତିରେ କର୍ମୀଙ୍କୁ ନିଯୁକ୍ତି ଦିଆଯାଉ ପ୍ରଭୃତି ଦାବିପତ୍ରରେ ଉଲ୍ଲେଖ ରହିଛି ।