ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ନୂଆପଡ଼ା : ବୋଡେନ ବ୍ଲକ ଅନ୍ତର୍ଗତ ଲିଟିସର୍ଗୀ ଉପ୍ରା ବିଦ୍ୟାଳୟର ଦୁଇଜଣ ଶିକ୍ଷକ ପିତାମ୍ବର ଦୀପ ଓ ପରମାନନ୍ଦ ଧରୁଆଙ୍କୁ ସରକାରଙ୍କ ଆଦେଶରେ ଅନ୍ୟତ୍ର ବିଦ୍ୟାଳୟକୁ ବଦଳି ହୋଇଥିବା ହେତୁ ଆଜି ବିଦ୍ୟାଳୟ ପରିଚାଳନା କମିଟି ତତ୍ତ୍ୱାବଧାନରେ ଭବ୍ୟ ସହକାରେ ପାରମ୍ପାରିକ ନୀତିନିୟମ ଅନୁଯାୟୀ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉଭୟ ଦୁଇଜଣ ଶିକ୍ଷକ ଦୀର୍ଘଦିନ ରହି ବିଦ୍ୟାଳୟର ବିକାଶ କାର୍ଯ୍ୟକ୍ରମରେ ବେଶ ଅଂଶଗ୍ରହଣ କରିଥିଲେ । ତାଙ୍କର କାର୍ଯ୍ୟକ୍ରମ ଗୁଡିକ ଏହି ବିଦ୍ୟାଳୟରେ ସ୍ମରଣୀୟ ହୋଇ ରହିବ ବୋଲି କମିଟି ବୃନ୍ଦ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ମାୟାଧର ସରାଫ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଯୋଷି, ସଭାପତି ରୁପେ ପ୍ରଧାନଶିକ୍ଷକ ଭୂପତି ଦୁରିଆ, ବିଦ୍ୟାଳୟର ସଭାପତି ରାଜେନ୍ଦ୍ର ନାଗ, ଶିକ୍ଷକବୃନ୍ଦ ଲକ୍ଷ୍ମଣ କୁମାର ଜାଲ, ପରୁକ୍ଷୀତ ତାଣ୍ଡି, ଉମାକାନ୍ତ ବାଗ, ସୁଧାଂଶୁ ପ୍ରଧାନ, କ୍ଷିରସାଗର କାଣ୍ଡ, କମୁ୍ୟନିଷ୍ଟ ବେହେରା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ବିଦାୟକାଳୀନ ସଙ୍ଗୀତ ଗାନ କରିଥିଲେ । ପରିଶେଷରେ ଦୁଇଜଣ ଶିକ୍ଷକଙ୍କୁ ମାନପତ୍ର ସହିତ ଫୁଲଗୁଚ୍ଛ ପ୍ରଦାନ କରି ଗ୍ରାମ ପରିଭ୍ରମଣ କରାଯାଇଥିଲା । ସମସ୍ତେ ସମ୍ମାନ ପ୍ରଦର୍ଶନ କରି ଉଭୟ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା ।