ବିଦୁ୍ୟତ୍ ଆଘାତରେ ଜଣେ ମୃତ

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାର ଗଡିଆ ଉଦୟନଗରରେ ଜଣେ ବ୍ୟକ୍ତି ସଜନା ଗଛରୁ ନାଡି ତୋଳୁ ଥିବା ବେଳେ, ବିଦୁ୍ୟତ ଆଘାତରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠୈରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ହେଲେ ଜଳେଶ୍ୱର ଥାନା ନାମକନା ଅଞ୍ଚଳର ସତ୍ୟରଞ୍ଜନ ଦାସ (୫୦) । ସତ୍ୟରଞ୍ଜନ ଉଦୟନଗର ଜୈନିକ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଆସି ବିଦୁ୍ୟତ୍ ଆଘାତରେ ମୃତୁ୍ୟ ହୋଇ ଥିବା ଜଣାପଡିଛି । ଏ ସମ୍ପର୍କରେ ଶିଳ୍ପାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।