ବିଦୁ୍ୟତ୍ ତାର ଛିଣ୍ଡି ବୃଦ୍ଧଙ୍କ ମୃତୁ୍ୟ

 ବଲାଙ୍ଗିର : ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତୁ୍ୟର ଫାଶ ଆଉ ତା’ପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି, ବଲାଙ୍ଗୀର ଜିଲା ତୁଷୁରା ଥାନା ଖକସିକନା ଗାଁରେ । ଏହି ଗାଁର ୬୦ ବର୍ଷୀୟ ବୃଦ୍ଧ ବ୍ରଜବନ୍ଧୁ ପ୍ରଧାନ । ସବୁଦିନ ଭଳି ସକାଳୁ ନିଜ ଘର ପାଖରେ ଥିବା ନଳକୂପକୁ ଦାନ୍ତ ଘଷିବାକୁ ଯାଇଥିଲେ । ଦାନ୍ତ ଘଷୁ ଥିବା ସମୟରେ ହଠାତ୍ ନଳକୂପ ଉପରେ ଯାଇଥିବା ବିଦୁ୍ୟତ୍ ତାର ଛିଣ୍ଡି ବ୍ରଜବନ୍ଧୁଙ୍କ ଉପରେ ପଡ଼ିଥିଲା ।  କିଛି ଜାଣିବା ପୁର୍ବରୁ ସେଭଳି ଅବସ୍ତା ରେ ମରି ପଡ଼ି ଥିଲେ । ଘଟଣାସ୍ଥଳରେ ଚାଲିଯାଇଥିଲା ବ୍ରଜବନ୍ଧୁଙ୍କ ଜୀବନ । ବିଦୁ୍ୟତ୍ ବିଭାଗର ଅବହେଳା ଯୋଗୁ ତାର ଛିଣ୍ଡିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖାଦେଇଛି । ବିଦୁ୍ୟତ୍ ବିଭାଗର କାହରି ଦେଖା ନଥିବା ବେଳେ, ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଁଚିଥିଲା ଓ ତଦନ୍ତ ଆରମ୍ଭ କରିଥିଲା । ଗ୍ରାମବାସୀ  କ୍ଷତିପୂରଣ ଦାବିରେ ରସ୍ତା ରୋକ କରିଛନ୍ତି ।