ନିଖିଳ ଓଡିଶା ଆଶାକର୍ମୀ ସଂଘର ରାଜ୍ୟ ସମ୍ମିଳନୀ
ବଲାଙ୍ଗିର : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘର ୪ର୍ଥ ରାଜ୍ୟ ସମ୍ମିଳନୀ ୨ ଦିନ ଧରି ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ତଥା ଉକ୍ତ ସଂଘର ସଭାପତି କମ୍ରେଡ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ପ୍ରଥମ ଦିନ ଅପରାହ୍ନରୁ ପ୍ରତିନିଧି ଅଧିବେଶନରେ ନିଖିଳ ଓଡିଶା ଆଶାକର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ ନମିତା ସାହୁ ଗତ ୩ ବର୍ଷର ସାଙ୍ଗଠନିକ ଓ ବିଭିନ୍ନ ଆନେ୍ଦାଳନାତ୍ମକ କାର୍ଯ୍ୟ ବିବରଣୀ ଉପସ୍ଥାନ କରିଥିଲେ । ଆଶା କର୍ମୀମାନେ ନିଜର ତ୍ୟାଗ ଓ ନିଷ୍ଠାରେ ମହାମାରୀ ମୁକାବିଲାରେ ନିଜ ଜୀବନ ବିପନ୍ନ କରାଇ ଯେଉଁ ତ୍ୟାଗ ଓ ନିଷ୍ଠା ପ୍ରଦର୍ଶନ କରିଛନ୍ତି ତାହା ଭାରତବାସୀଙ୍କୁ କରୋନା ମହାମାରୀ ମୁକାବିଲାରେ ମୃତୁ୍ୟହାର କମାଇବାରେ ମାଇଲ ସ୍ତମ୍ଭ ସୃଷ୍ଟି କଲେ, ସେ ସଫଳତାର ଶ୍ରେୟ ସରକାର ନିଜ ସପକ୍ଷରେ ପ୍ରଚାର କଲେ ବି ଏହି କର୍ମଜୀବି ମହିଳାମାଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମଜୁରି ମାସିକ ୨୬ ହଜାର ଟଙ୍କା ପ୍ରଦାନ, ଇପିଏଫ୍ ଏବଂ ବିଇଏସ୍ଆ ସୁବିଧା ଦେଉନାହାନ୍ତି । ତେଣୁ ଆଶା କର୍ମୀଙ୍କ ସମେତ ସମସ୍ତ ସ୍କିମ ୱାର୍କରଙ୍କୁ ଇପିଏଫ୍ ସୁବିଧା ପ୍ରଦାନ, ଇପିଏଫ୍ର ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ପ୍ରଦାନ ସହ ଏହାକୁ ଭିଡିଏ ସଂଯୁକ୍ତ କରାଇବା, ଇପିଏଫ୍ଓ ଗଠନ ଠାରୁ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡରେ ଥିବା ଏଆଇଟିୟୁସିକୁ ସିବିଟିର ସ୍ଥାୟୀ ସଦସ୍ୟତା ବଜାୟ ରଖିବା ଇତ୍ୟାଦି ଦାବୀର ଆଗାମୀ ୧୬ ଜାନୁୟାରୀ ରେ ଏଆଇଟିୟୁସି ନେତୃତ୍ୱରେ ରାଜ୍ୟର ରାଉରକେଲା, ଭୁବନେଶ୍ୱର ଓ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଭବିଷ୍ୟତନିଧି କାର୍ଯ୍ୟାଳୟ ଘେରାଉରେ ଆଶାକର୍ମୀ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ବିଧାନସଭା ବଜେଟ ଅଧିବେଶନ ବେଳେ ଆଶାକର୍ମୀଙ୍କ ୱାର୍କର ମାନ୍ୟତା, ସର୍ବନିମ୍ନ ମଜୁରି ମାସିକ ୨୬ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟକାଳ ୬୫ ବର୍ଷ ବୟସକୁ ବୃଦ୍ଧି, ଅବସର ବେଳେ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ଅବସର ପରେ ମାସିକ ପେନସନ ଇତ୍ୟାଦି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ଘେରାଉ ପାଇଁ ଆହ୍ୱାନ ଦେଇଥିଲେ । ସେହି ଭଳି ଆଗାମୀ ଦିନରେ ୩୦ ଜିଲ୍ଲାରେ ନିଖିଳ ଓଡିଶା ଆଶା କର୍ମୀ ସଂଘକୁ ସୁଦୃଢ କରିବା ପାଇଁ ନିଷ୍ପତି ନିଆଯାଇ ଆଗାମୀ ତିନି ବର୍ଷ ପାଇଁ ରାଜ୍ୟ ସଭାପତି ଭାବେ କମ୍ରେଡ ବିଜୟ ଜେନା, ଉପ-ସଭାପତି ତିର୍ଥ ପଧାନ, ମାରିଆନା ମିଞ୍ଚ, ପଞ୍ଚାନନ ମହାକୁର, ଲିଲିବାଲା ସାବନ, ଇସମାଇଲ ମାଲି, ବସନ୍ତ ସେଠି, ସାଧାରଣ ସଂପାଦିକା ନମିତା ସାହୁ, ଉପ-ସାଧାରଣ ସଂପାଦିକା ମାତିଲଦା କୁଲୁ, ଓମି ଗୁପ୍ତା, ବାସନ୍ତି ପଧାନ, ସଂପାଦିକା ସୁରେଖା ନାଗ, ମମତା କଚ୍ଛପ, ସନ୍ତୋଷିନୀ ପଟ୍ଟନାୟକ, ଗୀତାଞ୍ଜଳି ପ୍ରଧାନ, ଶ୍ୟାମଳୀ ମଣ୍ଡଲ, ଅନିଲତା ପାତ୍ର, ମମତା ରାଉତ, କୋଷାଧ୍ୟକ୍ଷ ଭାବେ ଗୀତାଞ୍ଜଳି ପ୍ରଧାନ ସମେତ ୧୭ ଜଣ ନିର୍ବାଚିତ ହୋଇଥିଲେ । ବିଜୟ ଜେନା, ତିର୍ଥ ପଧାନ ନେତୃତ୍ୱରେ ଏକ ସଭାପତି ମଣ୍ଡଳି ସଭା ପରି·ଳନା କରିଥିଲେ । ଶେଷରେ ଦେବାଶିଷ ବାବୁ ଓ ପୁରୁଷୋତ୍ତମ କର୍ମୀ ଧନ୍ୟବାଦ ଦେଇଥିଲେ ।