ସମ୍ବଲପୁରୀ ଦିବସ ପାଳିତ

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଆଜି ସମ୍ବଲପୁରୀ ଦିବସ ପାଳିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ୧ ତାରିଖ ଦିନ ସମ୍ବଲପୁରୀ ଦିବସ ପାଳିତ ହୋଇଛି । ମୁଖ୍ୟଅତିଥି ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ ସାହୁ ଯୋଗଦେଇ ଭାଷାର ସୁରକ୍ଷା, ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ନେଇ ସମଗ୍ର ପଶ୍ଚିମ ଓଡ଼ିଆରେ ପାଳିତ ହୋଇଛି ସମ୍ବଲପୁରୀ ଦିବସ । ଆଜିର ଦିବସ କୁ ମନେ ପକେଇବା ପାଇଁ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଛାତ୍ର ଛାତ୍ରୀ ମାନେ ସ୍କୁଲ ଆସିଥିଲେ । ସମ୍ବଲପୁରୀ ଖାଦ୍ୟ, ବେଶଭୂଷା ପରିଧାନ କରି ଆସିଥିଲେ । ସେହିପରି ସମ୍ବଲପୁରୀ ବାଦ୍ୟ ଢୋଲ, ନିଶାନ, ତସା ଓ ମହୁରୀ ର  ତାଲକୁ ତାଲ ଦେଇ ନୃତ୍ୟ ପରିବେଷଣ କରିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ସମ୍ବଲପୁରୀ ଡ୍ରେସ୍ ପରିଧାନ କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଙ୍କ ଲୋକାଲ ଫର ଭୋକାଲ ଉପରେ ଗୁରୁତ୍ୱ ଦେଇ ନିଜ ଅଞ୍ଚଳ ଲୋକ ଭାଷା, ଲୋକ ଗୀତ, ଲୋକ ନୃତ୍ୟ, ଲୋକ ଖାଦ୍ୟକୁ ଲୋକ ଲୋଚନ କୁ ଆଣିବାର ପ୍ରୟାସ ମାତ୍ର ବୋଲି ମତବ୍ୟକ୍ତ କରିଥିଲେ ।