ବିଦୁ୍ୟତ୍ ସେବାରୁ ବଞ୍ଚିତ ସରଡା ଗାଁ
କେନ୍ଦୁଝର : ସ୍ୱାଧିନତାର ୭୮ବର୍ଷ ପରେ ମଧ୍ୟ ବହୁ ଗାଁକୁ ବିଦୁ୍ୟତ୍ ସେବା ମିଳିପାରିନାହିଁ । କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମ ଏବଂ ପଡାକୁ ବିଭିନ୍ନ ଯୋଜନାରେ ମାଗଣାରେ ବିଦୁ୍ୟତ୍ ସେବା ଯୋଗାଇ ଆସିଥିବାବେଳେ ବିଦୁ୍ୟତ୍ ବିଭାଗର ଅବହେଳା ଏବଂ ସଠିକ୍ ସର୍ଭେ ହୋଇନଥିବାରୁ କେନ୍ଦୁଝର ଜିଲ୍ଲାର ଅନେକ ଗାଁ ଏବେ ବି ବିଦୁ୍ୟତ୍ ସେବାରୁ ବଞ୍ଚôତ ହୋଇଛି । ପୂର୍ବରୁ ରାଜୀବ ଗାନ୍ଧି ବିଦୁ୍ୟତ୍କରଣ ଯୋଜନା ନାମରେ ନାମିତ ଥିବା ତଥା ଦୀନଦୟାଲ ଗ୍ରାମୀଣ ବିଦୁ୍ୟତ୍ କରଣ ଯୋଜନା ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ବିପିଏଲ୍ ଶ୍ରେଣୀଭୁକ୍ତ ପ୍ରଜାମାନଙ୍କୁ ମାଗଣାରେ ବିଦୁ୍ୟତ୍ ଯୋଗାଇ ଦିଆଯାଇଥିଲା । ଯେଉଁ ଗାଁ ଏବଂ ପଡା ଏଥିରୁ ବଂଚିତ ହୋଇଥିଲେ ତାଙ୍କୁ ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇ ମାଗଣାରେ ବିଦୁ୍ୟତ୍ ସେବା ଦିଆଯାଇଥିଲା । ତେବେ ଏହି ଯୋଜନାରେ ମଧ୍ୟ ବହୁ ଗ୍ରାମ ବିଦୁ୍ୟତ୍ ସେବାରୁ ବଞ୍ଚôତ ହୋଇଛି । ତେଲକୋଇ ବ୍ଲକ କାଳିଆହତା ଗ୍ରାମ ପଂଚାୟତ ଅନ୍ତର୍ଗତ ସରଡା ଗ୍ରାମରେ ୭୦ଟି ଆଦିବାସୀ ପରିବାରର ୩୫୦ଲୋକ ବସବାସ କରୁଥିବାବେଳେ, ଏବେ ବି ଏହି ରାଜସ୍ୱ ଗାଁରେ ବିଦୁ୍ୟତ୍ ସାତସପନ ହୋଇଛି । ଏହି ଗାଁ ମୁଖ୍ୟତଃ ଜୁଆଙ୍ଗ,ମୁଣ୍ଡା ଓ ସାନ୍ତାଳ ସଂପ୍ରଦାୟର ଲୋକ ବସବାସ କରନ୍ତି । ଦୀର୍ଘ ଦିନ ହେବ ଜିଲ୍ଲାପାଳ ଏବଂ ବିଦୁ୍ୟତ ବିଭାଗର ଅଧିକାରୀଙ୍କୁ ଏହି ସମସ୍ୟା ନେଇ ଜଣାଇଲେ ମଧ୍ୟ ଗାଁକୁ ବିଦୁ୍ୟତ୍ ସଂଯୋଗ କରାଯାଇନାହିଁ । ଏହି ଗ୍ରାମଟି ଯାଜପୁର ଜିଲ୍ଲା,ଢେଙ୍କାନାଳ ଜିଲ୍ଲା ସୀମାନ୍ତରେ ରହିଛି । ଗାଁରେ ବିଦୁ୍ୟତ୍ ନଥିବାରୁ ରାତି ସମୟରେ ହିଂସ୍ରଜନ୍ତୁ ଏବଂ ସରିସୃପର ଭୟ କହୁଛି । ପିଲାଙ୍କ ପାଠପଢାରେ ସମସ୍ୟା ହେବା ସହ ବିନା ବିଜୁଳିରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଣଜଙ୍ଗଲରେ ରହୁଥିବା ଲୋକେ ହାତୀ ବ୍ୟତୀତ ଅନ୍ୟ ବନ୍ୟଜନ୍ତୁମାନଙ୍କର ଶୀକାର ହେବାର ସମ୍ଭାବନା ଭୟ ଘାରିଛି । ଲଣ୍ଠନ ଲଗାଇ ରାତିରେ ଲୋକମାନେ ରହୁଛନ୍ତି । ମୋବାଇଲ ଏବଂ ଅନ୍ୟ ବିଦୁ୍ୟତ୍୍ ଜନିତ ସାମଗ୍ରୀ ଚାର୍ଜ ହୋଇପାରୁନାହିଁ । ବିଦୁ୍ୟତ୍ ବିଭାଗର ଅବହେଳାରୁ ଏହି ଗାଁକୁ ବିଦୁ୍ୟତ୍ ସେବା ମିଳିପାରି ନଥିବା ଗ୍ରାମବାସୀ ଅଭିଯୋଗକରୀ ସମସ୍ୟା ନେଇ ତେଲାକୋଇ ବିଧାୟକ ଡ. ଫକିର ମୋହନ ନାୟକଙ୍କୁ ଜଣାଇଛନ୍ତି । ଟିିପି ନଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟଟର ଲିଃ ଅଧିକ୍ଷଣ ଯନ୍ତ୍ରୀଙ୍କ ଇଂ. ରଶ୍ମିକାନ୍ତ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଏହି ଗାଁକୁ ଓରେଡା ଦ୍ୱାରା ସୋଲାର ଲାଇଟ ଲଗାଇବାର ଯୋଜନା ଥିଲା । ମାତ୍ର ଏହି ପୋ୍ରଜେକ୍ଟରୁ ଓରେଡା ଓହରିଯାଇଛି । ଏହି ଗାଁକୁ ପୁନଃ ପ୍ରସ୍ତାବ ଦିଆଯାଇ ବିଦୁ୍ୟତ୍ ସେବା ଯୋଗାଇ ଦିଆଯିବ ।