ବିଦୁ୍ୟତ କର୍ମଚାରୀଙ୍କ ପକ୍ଷରୁ ମିଳିତ ଫୋରମ ଗଠନ

 ଆନନ୍ଦପୁର, : ଟିପିଏନଓଡ଼ିଏଲ ଜୋନ ଅଧୀନରେ କାର୍ଯ୍ୟରତ ପାଞ୍ଚଟି ସଂଗଠନକୁ ନେଇ ମିଳିତ ଫୋରମ ଗଠନ କରାଯାଇଛି । ପାୱାର ଏମ୍ପୋଇଜ ୟୁନିଅନ, କେନ୍ଦୁଝର ଜିଲା ବିଦୁ୍ୟତ କର୍ମଚାରୀ ସଂଘ, ଓଡିଶା ପାୱାର ସେକ୍ଟର ଟେକ୍ନିକାଲ ଏମ୍ପଇଜ ୟୁନିଅନ, କଳିଙ୍ଗ ବିଦୁ୍ୟତ କର୍ମଚାରୀ ସଂଘ, ଅଲ ଓଡିଶା ମିଟର ରିଡର ଆସୋସେସନ ସମୂହ ଏକତ୍ରିତ ହୋଇ ଏହି ନୂତନ ଫୋରମରେ ସାମିଲ ହୋଇଛନ୍ତି । ଏନେଇ ପାଞ୍ଚୋଟି ସଂଗଠନର ସାଧାରଣ ସମ୍ପାଦକ ଯଥା ଜ୍ୟୋତିକୃଷ୍ଣ ବେହେରା, ରାଜେଶ କୁମାର ଦାଶ, ପ୍ରଭାତ କୁମାର ଦାସ, ଦୀପକ କୁମାର ବାରିକ, ତପନ କୁମାର ଅଗସ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଆଗାମୀ ଦିନରେ ଟାଟା ପୱାରର ଶ୍ରମିକ ମାରଣ ନୀତି, ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖେଇ ବିଦୁ୍ୟତ ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ଦୃଢ଼ ବିରୋଧ କରାଯିବାଳଙ୍କ ନିଷ୍ପତି ନିଆଯାଇଥିଲା । ସେଥିପାଇଁ ସମସ୍ତେ ଏକତ୍ରିତ ହୋଇ ଏକ ନୂତନ ଫୋରମ ଗଠନ କରିଛନ୍ତି । ସୁରେଶ ଚନ୍ଦ୍ର ବେହେରା ଏବଂ ଜଗଦୀଶ ବେହେରାଙ୍କୁ ଫୋରମର ସଭାପତି ଏବଂ ଜ୍ୟୋତିକୃଷ୍ଣ ବେହେରାଙ୍କୁ କନଭେନର ଦାୟିତ୍ୱ ଦିଆଯାଇଛି । ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଅକ୍ଷୟ ବେହେରା, ଶ୍ରୀକାନ୍ତ ବେହେରା, ତପନ ବେହେରା, ସନ୍ତୋଷ ପୁହାଣଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।