ବିଦ୍ୟାଳୟରୁ ନାଗସାପ ଉଦ୍ଧାର
ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ଅଞ୍ଚଳର ସାନଶାସନ ପଞ୍ଚାୟତ ଅନ୍ତର୍ଗତ ମତାବାଜ ଶାସନ ଉପ୍ରା ବିଦ୍ୟାଳୟ କାର୍ଯ୍ୟାଳୟରୁ ନାଗସାପ ଗୁରୁବାର ଉଦ୍ଧାର ହୋଇଛି । ସକାଳ ୧୦ଟାରେ ଜଣେ ଶିକ୍ଷକ ବିଦ୍ୟାଳୟ କାର୍ଯ୍ୟାଳୟ ଖୋଲିଥିଲେ । ଟେବୁଲ ଉପରେ ଫଣା ଟେକି ନାଗସାପ ଥିବା ଦେଖିଥିଲେ । ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସାପକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ମାତ୍ର ସାପଟି କାର୍ଯ୍ୟାଳୟରୁ ବାହାରି ଗୋଟିକ ପରେ ଗୋଟିଏ ଣ୍ରେଣୀ କକ୍ଷକୁ ଯାଇ ପୁନଶ୍ଚ କାର୍ଯ୍ୟାଳୟ ଭିତରେ ରହିଥିଲା । ସାପ ଉଦ୍ଧାର ପାଇଁ ଭଦ୍ରକ ସ୍ନେକ ହେଲପ ଲାଇନକୁ ସୂଚନା ଦିଆଯାଇଥିଲା । ସ୍ନେକ ହେଲପ ଲାଇନ ପକ୍ଷରୁ ଶେଖ ମିର୍ଜ୍ଜା ସାଢେ ଚାରିଫୁଟ ଲମ୍ବର ନାଗସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାଯାଇଛି ।