ବିଦ୍ୟାଳୟର ବାର୍ଷିକୋତ୍ସବ
ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କବାଟଶୋଳ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ନନ୍ଦନ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାରସକଣା ବ୍ଲକ ଚେୟାରମ୍ୟାନ ତୁଳସୀ ସିଂ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ରାମପାଳ ସିଂ, ଶିକ୍ଷୟିତ୍ରୀ ସସ୍ମିତା ସେଠୀ ଓ ଏସଏମସି ସଭାପତି ରାକେଶ ସିଂ, ସରପଞ୍ଚ ରବି ସିଂ ପ୍ରମୁଖ ଉପସ୍ଥିତ ଯୋଗ ଦେଇଥିଲେ । ଏହି ଉତ୍ସବରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପରିଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା ।