ଷ୍ଟ୍ରକ୍ଚର-ଥାନା ଛକ ରାସ୍ତା ମରଣଯନ୍ତା 

 ରାଜକନିକା : ରାଜକନିକା ବ୍ଲକ ସଦର ମହାକୁମାରେ ଥିବା ଷ୍ଟ୍ରକ୍ଚର ଛକରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି  । ଏହି ରାସ୍ତାରେ ହଜାର ହଜାର ଲୋକ ଗାଡି ମଟର ନେଇ କଣ୍ଟପଡ଼ା ବଜାର, ବସ୍ ଷ୍ଟାଣ୍ଡ, ଏସଏନ କଲେଜ, ଆରଏନ ହାଇସ୍କୁଲ, ଥାନା, ବ୍ୟାଙ୍କ, ଫାୟାର ଷ୍ଟେସନ, ଆଦର୍ଶ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଷ୍ଟାଡିଅମ, ବ୍ଲକ, ତହସିଲ ଓ ମେଡିକାଲ ଆଦିକୁ ଯାତାୟାତ କରିଥାନ୍ତି  । ଏବେ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ଖାଲଖମା ହୋଇଥିବାରୁ ଅସରାଏ ବର୍ଷାରେ ରାସ୍ତାରେ ପାଣି ଜମି ରହୁଛି  । ଯାହା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି  । ନିମ୍ନମାନର କାମ ଓ ବିଭାଗୀୟ ଉଦାସୀନତା ଯୋଗୁଁ ରାସ୍ତାର ଏହି ଭଳି ଅବସ୍ଥା ବୋଲି ଅଭିଯୋଗ ହେଉଛି  । ଏଣୁ ବିଭଗୀୟ କର୍ତ୍ତୁପକ୍ଷ ତୁରନ୍ତ ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି  ।