ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

 ବେତନଟୀ : ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ବେତନଟୀ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ବେତନଟୀରେ ଥିବା ଶାରଦା ଗୁରୁକୁଳ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନନ୍ଦ ଜୀ ବାବାଙ୍କର ଲକ୍ଷ୍ୟ ଗୀତା ଜ୍ଞାନକୁ ଘରେ ଘରେ ପହଞ୍ଚାଇବା ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା  । ଏଥିରେ ବେତନଟୀ ଓ ବଡସାହି ବ୍ଲକର ୧୨ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରି ଗୀତା ଆବୃତ୍ତି କରିଥିଲେ । ଗୀତା ଆବୃତ୍ତି ପ୍ରତିଯୋଗିତାର ବେତନଟୀ ବ୍ଲକ ସଂଯୋଜିକା ପ୍ରଭାତୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବରେ ସ୍ୱାମୀ ସୁଗିତାନନ୍ଦ ଗିରି, ମୁଖ୍ୟ ବକ୍ତା ଭାବରେ ଡାକ୍ତର ପାର୍ଥସାରଥୀ ଜେନା, ସମ୍ମାନିତ ଅତିଥି ଭାବରେ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତିର ମୁଖ୍ୟ ଡ. ବୀଣା ଦାସ, ବେତନଟୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସଂଯୁକ୍ତା ଜୀ, କୃଷ୍ଣଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡ. ମନ୍ଦାକିନୀ ସାହୁ, କବି ପର୍ଶୁରାମ ସାହୁ, ନିରୋଦ ସୁନ୍ଦର ଜେନା, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ଅନୁପ କୁମାର ଦଣ୍ଡପାଟ ପ୍ରମୁଖ ଯୋଗଦାନ କରି ଗୀତା ଆବୃତ୍ତି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପଦ୍ମମାଳୀର ସଦସ୍ୟା ଗୀତାଞ୍ଜଳୀ ଭୂୟାଁ, ବିନୋଦିନୀ ମହାନ୍ତ, ମନିଲତା ବଳା, ମନୋରମା ସାହୁ, ରଞ୍ଜିତା କର, ସୁନିତା ଦାଶ, ସୋନା ଖାତୁନ, ମନୋରମା ସାହୁ ଓ ସସ୍ମିତା ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟ ପରିଚାଳନା କରିଥିଲେ ।  ଶେଷରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘର ଉପସଭାପତି ଗତିକୃଷ୍ଣ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।