ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଦାବି

 ରାଜନଗର : ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ଦୀର୍ଘବର୍ଷ ପରେ ବି ରାସ୍ତାଟିଏ ନାହିଁ । ଯାହାଫଳରେ ବନ୍ୟା ସମୟରେ ଉଚ୍ଚ ଜୁଆର ଉଠିଲେ ପିଲାମାନେ ବିଦ୍ୟାଳୟ ଯିବା ବନ୍ଦ କରିଦିଅନ୍ତି । ଏହି ଗାଁରେ ଏଯାବତ୍ ପ୍ରାଥମିକ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ର ନାହିଁ । ଗୋଟିଏ ପାଶ୍ୱର୍ରେ ଗାଁକୁ ଲାଗି ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଥିବାବେଳେ ଅପରପକ୍ଷରେ ଗାଁ ପାଖ ଦେଇ ପାଟ୍ଟଶାଳା ନଦୀ ପ୍ରବାହିତ ହେଉଛି । ଏଭଳି ପରିସ୍ଥିତିରେ ବାତ୍ୟାଶ୍ରୟ କେନ୍ଦ୍ରଟିଏ ମଧ୍ୟ ନାହିଁ । ଗାଁରେ ଥିବା ସରକାରୀ ଜମିକୁ ଜବରଦଖଲ କରି ନିଜ ଅକ୍ତିଆରକୁ ନେଇଛନ୍ତି । ସରକାରୀ ଜମିକୁ ଜବରଦଖଲ ମୁକ୍ତ ସହିତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଓ ବାତ୍ୟାଶ୍ରୟ କେନ୍ଦ୍ର ନିର୍ମାଣ ପାଇଁ ରାଜକିଶୋର ପ୍ରଧାନ, ପଚାଂନନ ପ୍ରଧାନ, ଦେବବ୍ରତ ପ୍ରଧାନ, କୁଳମଣୀ ଦାସ, ଶରତ ଦାସ, ମୋନାଲିସା ପ୍ରଧାନ, କମଳାକ୍ଷ ପ୍ରଧାନ, ତିଳୋତମା ପ୍ରଧାନ, ମୋହନ ଦାସଙ୍କ ସହ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।