କଳା ଓ ସଂସ୍କୃତି ସଂଘର ବୈଠକ
ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ କଳା ଓ ସଂସ୍କୃତି ସଂଘର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପସଭାପତି ତ୍ରିନାଥ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଖଣ୍ଡପଡ଼ା ବ୍ଲକ କଳା ଓ ସଂସ୍କୃତି ସଂଘର ବରିଷ୍ଠ ସଦସ୍ୟ/ସଦସ୍ୟାମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । କଳାକାରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେଉନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଅନେକ କଳାକାର ପ୍ରତିମାସରେ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ଆସନ୍ତା ୭ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ଦିଗରେ ଧ୍ୟାନ ନଦିଅନ୍ତି ତାହାଲେ ଶହଶହ କଳାକାର ଦାବି ହାସଲ ନିମନ୍ତେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବେ ବୋଲି ସର୍ବସମ୍ମତି ପ୍ରସ୍ତାବକ୍ରମେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।