ବିଦ୍ୟା ବାଟିକାରେ ଚକ୍ଷୁ ଚିକିତ୍ସା ଶିବିର
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ : ରାମବାଗସ୍ଥିତ ଶ୍ରୀ ବିଦ୍ୟା ବାଟିକା ଓ ପ୍ରଜ୍ଞା ଫାଉଣ୍ଡେସନଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସକ୍ଷମ ଓଡ଼ିଶାର ମାର୍ଗଦର୍ଶକ ସରୋଜ କୁମାର ସାହୁ, ସକ୍ଷମ ପୂର୍ବ ଓଡ଼ିଶାର ରାଜ୍ୟ ସଭାପତି ଇଂ.ସତ୍ୟବ୍ରତ ସାହୁ, ରାଜ୍ୟ ଉପ-ସଭାପତି ବିର କିଶୋର ମାହୁ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଶିବିରରେ ଶତାଧିକ ରୋଗୀ ମାଗଣାରେ ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚଷମା ଓ ଔଷଧ ବିତରଣ କରାଯାଇଥିଲା । ଏଥିରେ ୮ଜଣ ମୋତିଆବିନ୍ଦୁ ଚିହ୍ନଟ ରୋଗୀଙ୍କୁ ଅସ୍ତ୍ରୋପୋ·ର ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ଶିବିରରେ ଡ.ହରପ୍ରସାଦ ନନ୍ଦ, ଅନୁଷ୍ଠାନର ପି୍ରନ୍ସପାଲ ସ୍ମିତାଶ୍ରୀ ମାହୁନ୍ତ ଏବଂ ସମସ୍ତ ଶିକ୍ଷ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଉପସ୍ଥିତ ରହି ସହଯୋଗ କରିଥିଲେ ।