ଆକାଶଙ୍କ ଚିଠି...ଜୋରଧରିଲା ଟ୍ରମା କେୟାରକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଦାବି

ପାଣିକୋଇଲି : ପାଣିକୋଇଲିଠାରେ ନିର୍ମାଣ ହୋଇଥିବା ଟ୍ରମା କେୟାରର ସମସ୍ତ କାର୍ଯ୍ୟ ଶେଷ ହେବାପରେ ବହୁ ଦିନର ବ୍ୟବଧାନ ପରେ ସେଣ୍ଟର କାର୍ଯ୍ୟକ୍ଷମ ହେବାକୁ ବାଟ ଫିଟୁଛି । ତେବେ ଟ୍ରମା କେୟାରକୁ ଉପଖଣ୍ଡସ୍ତରୀୟ ଚିକସôାଳୟ ମାନ୍ୟତା ଦେବାକୁ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହି ଦାବି ଯୋରଧରିବାରେ ଲାଗିଛି । ବିଧାୟକ ଶ୍ରୀ ଦାସନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିର୍ମାଣ ହୋଇଥିବା ଟ୍ରମା ସେଣ୍ଟରଟି ୨ଶହ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ଏହା ଉଭୟ ୧୬ନଂ ଏବଂ ୨୦ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳୀରେ ରହିଛି । ଏହାକୁ ଉପଖଣ୍ଡସ୍ତରୀୟ ଚିକିସôାଳୟ ଘୋଷଣା କଲେ ଯାଜପୁର ଜିଲ୍ଲା ସମେତ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ । ଟ୍ରମା ସେଣ୍ଟରର ଭିତିଭୂମି  ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପାଇଁ ଯଥେଷ୍ଟ ରହିଛି ।
ଆଇପିଏଚ୍ଏସ୍ର ନିୟମ ଅନୁସାରେ ଉପଖଣ୍ଡସ୍ତରୀୟ ମାନ୍ୟତା ପାଇଁ ମେଡିକାଲର ଶଯ୍ୟା ସଂଖ୍ୟା ସର୍ବନିମ୍ନ ଶହେ ହୋଇଥିବା ବେଳେ ଏହା ୨ଶହ ଶଯ୍ୟା ବିଶିଷ୍ଟ ରହିଛି । ଯାହା ଫଳରେ ଟ୍ରମା କେୟାର ସହ ଚିକିସôାଳୟ ହୋଇପାରିଲେ ହଜାର ହଜାର ଲୋକ ଉପକୃତ ହୋଇପାରିବେ । ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଉଥିବା ଲୋକଙ୍କୁ ମଧ୍ୟ ଚିକିତ୍ସା କରାଯାଇପାରିବ । ଉପଖଣ୍ଡସ୍ତରୀୟ ମାନ୍ୟତା ପାଇଁ ଭାରତୀୟ ଜନସ୍ୱାସ୍ଥ୍ୟ ମାନଦଣ୍ଡ (ଆଇପିଏସ୍ଏସ୍)ର ସମସ୍ତ ନୀତିନିୟମକୁ ଏହା ପୂରଣ କରୁଥିବାବେଳେ ଆବଶ୍ୟକ ଓପିଡି ସେବା, ଜରୁରୀକାଳୀନ ବିଭାଗ, ଶିଶୁ ବିଭାଗ, ସ୍ତ୍ରୀ ଏବଂ ପ୍ରସୃତି ବିଭାଗ ଆଦି ଥିବା ଆବଶ୍ୟକ ଏହା ସହିତ ପ୍ରସବ କକ୍ଷ, ୨୪ ଘଣ୍ଟିଆ ନିରାମୟ ସେବା, ଲାବୋରେଟରି, ଆମ୍ବୁଲାନ୍ସ, ରକ୍ତଭଣ୍ଡାର ଏବଂ ଟିକାକରଣ କେନ୍ଦ୍ର ଆଦି ରହିବା ଆବଶ୍ୟକା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ମେଡିକାଲ କଲେଜ ନିର୍ମାଣ ହେବା ପରେ ମୁଖ୍ୟାଳୟରେ ଥିବା ଏସମସ୍ତ ସୁବିଧାକୁ ଟ୍ରମା ସେଣ୍ଟରରେ ସହଜରେ ଉପଲବ୍ଧ କରାଯାଇପାରିବ । ଯାଜପୁର ଜିଲ୍ଲାରେ ଉପଖଣ୍ଡସ୍ତରୀୟ ଚିକିସôାଳୟ ନଥିବାବେଳେ ପାଣିକୋଇଲି ଟ୍ରମା ସେଣ୍ଟରକୁ ଘୋଷଣା କରାଗଲେ ଏହା ସାଧାରଣ ଲୋକଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ବୋଲି ବିଧାୟକ ଶ୍ରୀ ଦାସ ନାୟକ ଚିଠିମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ବିଧାୟକଙ୍କ ଦାବି ପରେ ଟ୍ରମା ସେଣ୍ଟରକୁ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଘୋଷଣା କରିବା ପାଇଁ ସ୍ଥାନୀୟ ଅଂଚଳର ୧ହଜାରରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।