ବିଧାୟକଙ୍କ ମାରାଥନ୍ ଗସ୍ତ
ନବରଙ୍ଗପୁର/ କୋଷାଗୁମୁଡା : ବିଧାୟକ ଗୌରୀଶଙ୍କର ମାଝି ନିଜ ବିଧାନସଭା ଅଞ୍ଚଳର କୋଷାଗୁମୁଣ୍ଡା ବ୍ଲକ୍ର ବିଞ୍ଜିଲି ପଞ୍ଚାୟତର ଟିକିରାକୁସୁମି, ଆଳୁପଦର, ଉକିଆପାଲି ଗ୍ରା.ପର ବରଗାଁ, ଉକିଆପାଲି ମାରାଥାନ ଗସ୍ତ କରି ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବା ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଇତି ମଧ୍ୟରେ ଲଘୁଚାପ ଜନିତ ବର୍ଷାରେ ଭାଙ୍ଗି ଯାଇଥିବା ଘର ବୁଲି ଦେଖିଲେ । ରେଭିନୁ୍ୟ ଇନ୍ସପେକ୍ଟର ଓ ତହସିଲଦାରଙ୍କୁ ତତକ୍ଷଣାତ୍ ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିଦ୍ କରିଥିଲେ । ତତ୍ପରେ ପଞ୍ଚାୟତ ସମିତି ବୈଠକ ଗୃହରେ ସମସ୍ତ ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀ ଭାବେ କାର୍ଯ୍ୟ ନ କରି ତୃଣମୂଳସ୍ତରରେ ଯାଇ ଜନ ସାଧାରଣଙ୍କ ସମସ୍ୟା ତୁରନ୍ତ ସମାଧାନ କରିବାକୁ କହିଥିଲେ । ସମୀକ୍ଷା ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ତହସିଲଦାର ତୁଳାରାମ ମୁଦୁଲି, ଚିକିସôାଧିକାରୀ ଆଦିତ୍ୟ ବେହେରା ଓ ପଞ୍ଚାୟତ ସମିତିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।