ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆ ସିକୁଆଁ ବିଏମ୍ ଜୁନିଅର କଲେଜରେ ଅଧ୍ୟକ୍ଷ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମେହେର ସମାଜର ଜିଲ୍ଲା ଉପସଭାପତି ହରିହର ମେହେର ଓ ମୁଖ୍ୟବକ୍ତା ଭାବେ ମଡେଲ ଡିଗ୍ରୀ କଲେଜର ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରଫେସର୍ ଡ. ଲିଙ୍ଗରାଜ ସାହୁ ଯୋଗ ଦେଇଥିଲେ । ଏହି ସଭାରେ ଅଧ୍ୟାପକ ଦୁଷ୍ମନ୍ତ ମେହେର, ମିତ୍ରଭାନୁ ମେହେର, ଅଧ୍ୟାପିକା ରଶ୍ମିରାଣୀ ପ୍ରଧାନ, ଜ୍ୟୋତିର୍ମୟୀ ରାଉତ ଏବଂ ମେହେର ସମାଜ ଭୁଲିଆ ସିକୁଆଁର ସଭାପତି ଲିଙ୍ଗରାଜ ମେହେର, ପୂର୍ବତନ ସମ୍ପାଦକ କମଳ ମେହେର, ଡୋନର୍ ବିବେକାନନ୍ଦ ମେହେର ଓ ଗ୍ରାମବାସୀ ଉପସ୍ଥିତ ରହି ଓଡ଼ିଆ ସାହିତ୍ୟ ଉପରେ କବିଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ ।