ବିନା ସୁଧରେ SHG ମହିଳାଙ୍କ ସରକାର ଦେବେ ୧୦ ଲକ୍ଷ ଟଙ୍କା ଋଣ

ବିନା ସୁଧରେ SHG ମହିଳାଙ୍କ ସରକାର ଦେବେ ୧୦ ଲକ୍ଷ ଟଙ୍କା ଋଣ

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଜାରି ରଖିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଙ୍ଗଳବାର ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ମଙ୍ଗଳବାର ଏହାକୁ ୨୦୨୫-୨୬ ଓ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମହିଳା ଭାଗୀଦାରି ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ ହେବ ବୋଲି ସେ କହିଛନ୍ତି।