ବିପର୍ଯ୍ୟସ୍ତ ରାସ୍ତା ପାଇଁ ହନ୍ତସନ୍ତ ଗ୍ରାମବାସୀ
ବିଶୋଇ : ସରକାର ଗମନାଗମନ କୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ମାନ କରି ଗାଁ ଠାରୁ ସହର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ତେବେ ସରକାରୀ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଅଧିକାଂଶ ଗାଁ କୁ ପକ୍କା ରାସ୍ତା ଟିଏ ନ ଥିବା ରୁ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏଭଳୀ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ, ଲୁହାକାନି ଗ୍ରାମପଞ୍ଚାୟତ ଅଧୀନ ଭୋଳବେଡ଼ା ସ୍କୁଲ୍ ସାହିରେ । ରାଜ୍ୟ ରାଜପଥ ରୁ ସ୍କୁଲ୍ ସାହିକୁ ସଂଯୋଗ କରୁଥିବା ରାସ୍ତା ଟି ସମ୍ପୂର୍ଣ୍ଣ ବେହାଲ୍ ହୋଇ ପଡିଛି । ଦୀର୍ଘ ବର୍ଷ ପୂର୍ବରୁ ରାଜ୍ୟ ରାଜପଥ ରୁ ୩ ଶହ ମିଟର କଂକ୍ରିଟ ରାସ୍ତା ନିର୍ମାଣ ହେଇଥିଲା ବେଳେ ରାସ୍ତା ରୁ କଂକ୍ରିଟ ମେଟାଲ ଉଠିଯାଇ ପଥଚାରୀଙ୍କ ଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ବାକି ମାଟି ମୁରୁମ୍ ରାସ୍ତା ଖାଲଖୋମା ରେ ଭର୍ତ୍ତି । ଲୋକ ଙ୍କ ଚଳପ୍ରଚଳ ରେ ବାଧା ଉପୁଜୁଛି ।ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ରେ ସୃଷ୍ଟି ହୋଇଥିବା ଗାତ, ଖାଲ ରେ ପାଣି ଭର୍ତି ହୋଇଯିବାରୁ ଚାଲି ଚାଲି ଯିବା ବା ଗାଡି ମଟର କିମ୍ବା ସାଇକେଲରେ ଯିବା କାଠିକର ପାଠ ହୋଇଥାଏ । ବର୍ଷା ପାଣି କାଦୁଅ ଯୋଗୁଁ ଚଳପ୍ରଚଳ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବିଦ୍ୟାର୍ଥୀ ସ୍କୁଲ୍ ଯିବା, ରୋଗୀ ମାନେ ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।
ଗମନାଗମନ ବ୍ୟବସ୍ଥା କୁ ସୁଗମ କରିବା ପାଇଁ ସରକାର ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ କରୁଥିବା ବେଳେ, ଏ ଗାଁ ରାସ୍ତା ପ୍ରତି ଦୃଷ୍ଟି ନଦେବା ନିଶ୍ଚିତ ପରିତାପ ର ବିଷୟ । ରାସ୍ତା ର ଦୂରବସ୍ଥା ପାଇଁ ଗାଡି ମୋଟର ଆସିବାକୁ ଅମଙ୍ଗ ହୁଅନ୍ତି ।ଏ ରାସ୍ତାର ଦୂରବସ୍ଥା ନେଇ ବିଭିନ୍ନ ସମୟ ରେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ଆଉ ପ୍ରଶାସନ ପକ୍ଷରୁ ପ୍ରତିକାର ହୋଇନି ବୋଲି ଅଭିଯୋଗ କରିଛନ୍ତି ମୋହନ ବେହେରା, ମନହର ବେହେରା, ସାୟମ୍ବର ବେହେରା, ଲକ୍ଷ୍ମଣ ବେହେରା । ବର୍ତ୍ତମାନର ସରକାର ଲୋକଙ୍କ ସରକାର ବୋଲି କୁହାଯାଉଛି । ଲୋକଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରୁଛି ବୋଲି କହୁଛନ୍ତି ସରକାର । ଯାହା ବିଜେଡି ଶାସନରେ ହେଲାନି ତାହା ମୋହନ ସରକାରଙ୍କ ସମୟରେ ହେବ ବୋଲି ଆଶା ବାନ୍ଧିଛନ୍ତି ଗ୍ରାମବାସୀ ।