ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ

ରାୟଗଡ଼: ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ ଗତ ୨୧ରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ମଜିଷ୍ଟ୍ରେଟ୍ ନବୀନ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡ଼. ଏସ୍କେ ଜେନା, ସୁବାଶ ଚାନ୍ଦ, ଲିଡ୍ କନସଲ୍ଟାଣ୍ଟ ସୁବାଶ ଚନ୍ଦ୍ର ମହାନ୍ତି ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରମୁଖ ସାଧାରଣ ପ୍ରବନ୍ଧକ ସୁବୋଧ ଆଚାର୍ଯ୍ୟଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ମାଲକାନାଗିରି ଓ କୋରାପୁଟର ଜିଲ୍ଲା ଜରୁରୀକାଳୀନ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ପରିଦର୍ଶନର ମୂଳ ଉଦେ୍ଦଶ୍ୟ ହେଉଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବିଭିନ୍ନ ଯୋଜନା, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍, ନିଦେ୍ର୍ଦଶିକା ବିଷୟରେ ସାମାନ୍ୟକରଣ ଓ ଅଂଶୀଦାରିତା କରିବା, ରାଜ୍ୟ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟକ୍ଷମତାର ମୂଲ୍ୟାଙ୍କନ, ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀର ସମୀକ୍ଷା କରିବା ଓ ସମ୍ପର୍କିତ ଦଲିଲ ପତ୍ର ସହିତ ସାମଗ୍ରୀ ସଂଗ୍ରହ କରିବା । ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ର ବିଭିନ୍ନ ଧାରା ଅନୁଯାୟୀ ନିୟମ, ପ୍ରକ୍ରିୟା, ଅନୁମୋଦନ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ପରେ ମାଲକାନାଗିରି ଓ କୋରାପୁଟର ଜିଲ୍ଲା ଜରୁରୀକାଳୀନ ଅଧିକାରୀମାନେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପ୍ରଣାଳୀ ଉପସ୍ଥାପନା କରିଥିଲେ  । ରାୟଗଡାର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋଜ ନାହାକ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ପୁନରୁଦ୍ଧାର ପ୍ରଣାଳୀ ସହ ଚାଲୁଥିବା ବିଭିନ୍ନ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନା ପ୍ରଦାନ କରିଥିଲେ  । ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜର ମତାମତ ଏନ୍ଡିଏମ୍ଏ ଅଧିକାରୀମାନଙ୍କୁ ଦେଇଥିଲେ ।