ବିବାଦରେ ଝୁମ୍ପୁରା ବିଡିଓ ସରକାରଙ୍କ ନିଦେ୍ର୍ଦଶକୁ ବେଖାତିର

।ା ପ୍ରଭାନୁ୍ୟଜ  ।ା କେନ୍ଦୁଝର: ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ତାର ପତ୍ର ସଂଖ୍ୟା ୧୫୪୨୩ ୧୬/୦୭/୨୦୨୪ ତାରିଖ ଅନୁସାରେ ବିଭାଗ ଅଧିନରେ ସମଗ୍ର ଶିକ୍ଷା ଅଭିଯାନରୁ ଆସି ଏହି ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ଇଞ୍ଜିନିୟର ମାନଙ୍କୁ ନିଜ ମୂଳ ବିଭାଗକୁ ଫେରିଯିବାକୁ ନିଦେ୍ର୍ଦଶନାମା ଜାରୀ କରିଛନ୍ତି । ସରକାରଙ୍କ ପଂଚାୟତ ଓ ପାନୀୟ ଜଳ ବିଭାଗ, ଅର୍ଥ ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କୁ ନେଇ ଗତ ୨୦/୦୫/୨୦୨୪ ତାରିଖରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଇଞ୍ଜିନିୟରମାନେ ସମଗ୍ର ଶିକ୍ଷା ଅଭିଯାନକୁ ଫେରିଯାଇ ତାଙ୍କ ନିଜ ଅଧିନରେ ଥିବା ବିଦ୍ୟାଳୟଗୁଡିକର ମରାମତି କାର୍ଯ୍ୟ ଓ ନୂତନ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ବିଡିଓମାନଙ୍କୁ ରିପୋର୍ଟ କରିବାକୁ ନିଦେ୍ର୍ଦଶ ଅଛି । ସେହି ନିଦେ୍ର୍ଦଶ ଅନୁସାରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ପ୍ରକ୍ରୀୟା ସରିଯାଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଝୁମ୍ପୁରା ବ୍ଳକରେ କାର୍ଯ୍ୟରତ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ଝୁମ୍ପୁରା ବିଡିଓ ରିଲିଭ ନ କରି ୩ ମାସ ହେବ ଏଠାରେ ରଖି ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ବିଡିଓ ସରକାରୀ ଆଦେଶକୁ ବେଖାତିର କରି ନିଜ ଇଚ୍ଛା ଅନୁଯାୟୀ କନିଷ୍ଠ ଯନ୍ତ୍ରୀଙ୍କୁ ରଖିଥିବା ଯୋଗୁ ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇ ପାରୁନାହିଁ । ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି କନିଷ୍ଠ ଯନ୍ତ୍ରୀଙ୍କୁ ରିଲିଭ କରିବାର ବ୍ୟବସ୍ଥା କରିବା ସହିତ ସରକାରୀ ଆଦେଶକୁ ବେଖାତିର କରିବା ଅଭିଯୋଗରେ ଝୁମ୍ପୁରା ବିଡିଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦୃଢ ଦାବି ହେଉଛି । ଏ ନେଇ ଝୁମ୍ପୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ଅଡାଙ୍କୁ ପଚାରିବାରୁ ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ଫୋନ କଲେ କିମ୍ବା ଚିଠି କଲେ ସେ କନିଷ୍ଠ ଯନ୍ତ୍ରୀଙ୍କୁ ରିଲିଭ କରିବେ ବୋଲି କହିଛନ୍ତି ।