ବାହ୍ୟ ଜଗତରୁ ବିଚ୍ଛିନ୍ନ ଅନେକ ଗାଁ

।ା ପ୍ରଭାନୁ୍ୟଜ  ।ା ବନ୍ତ: ବାତ୍ୟା ଦାନା ଚାଲିଗଲା କିନ୍ତୁ ବନ୍ୟା ଲୋକଙ୍କୁ ଦୁଃଖ ଦେଇଗଲା । ବାତ୍ୟାର ଚାରି ଦିନ ପରେ ବି ଲୋକେ ପାଣି ଘେରରେ । କେତକ ସ୍ଥାନରେ ସରକାରୀ ସାହାଯ୍ୟ ପହଞ୍ଚିପାରୁଥିବା ବେଳେ କେତକ ସ୍ଥାନରେ ସରକାରୀ ସାହାଯ୍ୟ ଅପହଞ୍ଚ । ଖାଲି ଖାତା କଲମରେ ସରକାରୀ କାର୍ଯ୍ୟ ଚାଲିଛି । କିଛି ସମାଜସେବୀ ନାମକୁ ମାତ୍ର ବନ୍ୟା ଓ ବାତ୍ୟା ଦାନା ପ୍ରବାହିତ ଲୋକଙ୍କ ପାଖକୁ ଯାଇ ଫଟୋ ଉଠାଇ ନାମ ନେଉଥିବା ବେଳେ ପ୍ରବାହିତ ଲୋକେ ଖାଇବା ନ ପାଇ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । 
ଏବେବି ରାମକୃଷ୍ଣପୁର ପଞ୍ଚାୟତର ଭୁଗୁପୂର୍, ନଈପାରିକନ୍ତିଆ, ରାମପୁର ଅଳାଉତୀ, ଆଦିବାସୀ ସାହି, ଗଣିଜାଙ୍ଗର କନ୍ତିଆ ନାୟକ ସାହି, ରାଉତ୍ ସାହି, ବୃନ୍ଦାବନପୁର, ଘଡାଇ ସାହି, ଜେନାସାହି, ଆଦିବାସୀ ସାହି, ଦାସ ସାହି, ରୁପୁଡି, ବଗଦା ଶାସନ, ନୂଆ ସାହି ଇଚ୍ଛାପୁର ଛୟାଳସିଂ ପଞ୍ଚାୟତରେ ପଳସା, ମଙ୍ଗୁଲି, ସମେତ ବନ୍ତ ବ୍ଲକର ବିଭିନ୍ନ ଗ୍ରାମ ଜଳମୟ ଥିବା ବେଳେ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଏହା ସହିତ କେଉଁଠି ୪ ଫୁଟ୍ ପାଣି ତ କେଉଁଠି ୮ ଫୁଟ୍ ପାଣି ଦେଖିବାକୁ ମିଳିଛି । ସେହିପରି ଗୋପାଳପୁର, ବିନାୟକପୁର, ପଳସା, ଇଚ୍ଛାପୁର ସମେତ ବିଭିନ୍ନ ପଞ୍ଚାୟତର ଅନେକ ଚାଷୀ ବହୁଳ ଗ୍ରାମରେ ହଜାର ହଜାର ହେକ୍ଟର ପରିବା ଚାଷ ଜମିରେ ପାଣିଘେରରେ ରହିବା ଫଳରେ ନଷ୍ଟ ହେବା ନେଇ ଚିନ୍ତାରେ ଚାଷୀ । ନିଜର ପେଟକୁ ଦାନା ପାଇ କେତେ ଧାର କରଜ ସହିତ ବ୍ୟାଙ୍କ୍ ଓ ଗ୍ରୁପରୁ ଲୋନ୍ ନେଇ ଧାନ ଚାଷ କରିଥିବା ଚାଷୀ ଆଜି ଏହି ବନ୍ୟା ପାଇଁ ମୁଣ୍ଡରେ ହାତ ଦେଇ ବସିଛି । ଅନେକ ସ୍ଥାନକୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ପାଇପାରିନଥିବା ବେଳେ ଭୋକ ଉପାସରେ ଜଳ ବନ୍ଦିରେ ଅଛନ୍ତି । ଅନେକଙ୍କର ବାତ୍ୟା ଦାନା ଓ ବନ୍ୟାରେ ଘର ଭାଙ୍ଗିଥିବା ବେଳେ ତଦାରଖ କରିବା ପାଇଁ ପ୍ରଶାସନ ପହଞ୍ଚି ପାରିନାହିଁ । ଏ ଦୁଃଖ ଦୁର୍ଦ୍ଦଶାରେ ଥିବା ଲୋକଙ୍କୁ ଶୀଘ୍ର ତଦାରଖ କରି ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି  ।