ଟିପିଡ଼ବ୍ଲ୍ୟୁଓଡିଏଲ ତରଫରୁ “ପେ ଆଣ୍ଡ ୱ୍ୱିନ୍ – ଖୁଲ ଜା ସିମ୍ ସିମ୍ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ୯ ଗୋଟି ଜିଲ୍ଲାର ୧୭୧ ଜଣ ବିଦ୍ୟୁତ୍ ଉପଭୋକ୍ତା ପୁରସ୍କୃତ
ବଲାଙ୍ଗିର - ଚଳିତ ଅକ୍ଟୋବର ମାସର ୨୧ ତାରିଖ ଦିନ ବଲାଙ୍ଗୀର ବିଦ୍ୟୁତ୍ ମଣ୍ଡଳ ଅଧିନସ୍ଥ ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୩୩ ଜଣ ଉପଭୋକ୍ତାଙ୍କୁ “ପେ ଆଣ୍ଡ ୱ୍ୱିନ୍ – ଖୁଲ ଜା ସିମ୍ ସିମ୍” କାର୍ଯ୍ୟକ୍ରମ ଯୋଜନାରେ ପୁରସ୍କୃତ କରାଯାଇଥିଲା । ଶୂନ୍ୟ ବକେୟା ଥିବା ଉପଭୋକ୍ତାମାନଙ୍କୁ ଏହି ଲକି ଡ୍ର କାର୍ଯ୍ୟକ୍ରମରେ ସାମିଲ କରାଯାଇ ବଲାଙ୍ଗୀର ମଣ୍ଡଳ ଅନ୍ତର୍ଗତ ୧୧ଟି ସବଡ଼ିଭିଜନର ୩୩ ଜଣ ଉପଭୋକ୍ତାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତି ସବଡ଼ିଭିଜନରୁ ୩ ଜଣ ବିଜେତାଙ୍କୁ ଏକ ସଂଖ୍ୟା ଭିତିକ ଲକି ଡ୍ର ମାଧ୍ୟମରେ ଚୟନ କରାଯାଇଥିଲା । ପ୍ରଥମ ବିଜେତାଙ୍କୁ ସ୍ମାର୍ଟ ଫୋନ୍, ଦ୍ୱିତୀୟ ବିଜେତାଙ୍କୁ ମ୍ୟୁଜିକ୍ ପ୍ଲେୟାର ଏବଂ ତୃତୀୟ ବିଜେତାଙ୍କୁ ସୋଲାର୍ ଲ୍ୟାମ୍ପ୍ ପ୍ରଦାନ କରାଯାଇଅଛି । ଟିପିଡ଼ବ୍ଲ୍ୟୁଓଡ଼ିଏଲ ତରଫରୁ ସମସ୍ତ ବିଜେତା ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ଯୋଜନାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ମଧ୍ୟରେ ବିଦ୍ୟୁତ ଅପଚୟକୁ ରୋକିବା ଏବଂ ଏକ ଦାୟିତ୍ୱ ସମ୍ପର୍ଣ୍ଣ ବ୍ୟକ୍ତି ଭାବରେ ନିୟମିତ ବିଦ୍ୟୁତ୍ ବିଲ ପୈଠ କରିବା ସହିତ ନିଜ ରାଜ୍ୟ ତଥା ଦେଶର ପ୍ରଗତିରେ ସହଯୋଗ କରିବା । ସେହିପରି ଏହି ଅକ୍ଟୋବର ମାସର “ପେ ଆଣ୍ଡ ୱ୍ୱିନ୍ – ଖୁଲ ଜା ସିମ୍ ସିମ୍” କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମୋଟ ୧୭୧ ଜଣ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଟିପିଡ଼ବ୍ଲ୍ୟୁଓଡିଏଲ ତରଫରୁ ପୁରସ୍କୃତ କରାଯାଇଛି ଏବଂ ଏହା ଆଗାମୀ ଦିନରେ ପ୍ରତି ମାସ ନିୟମିତ ଶୂନ୍ୟ ବକେୟା ଥିବା ଲକି ଭାଗ୍ୟଶାଳୀ ଉପଭୋକ୍ତାମାନଙ୍କୁ ପୁରସ୍କୃତ କରାଯିବ । ମୁଖ୍ୟ କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ଟିପିଡ଼ବ୍ଲ୍ୟୁଓଡିଏଲ୍, କର୍ପୋରେଟ କାର୍ଯାଳୟ, ବୁର୍ଲା ଏହି ସୂଚନା ଦେଇଛନ୍ତି ।