ବିବେକାନନ୍ଦ ଲୋକ ସଂସଦର ସମ୍ମିଳନୀ
ନବରଙ୍ଗପୁର : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ନବରଙ୍ଗପୁର ଶାଖାର ଜିଲ୍ଲା ସମ୍ମିଳନୀ ଧୋଡ୍ରାସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ହାଇସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦକ୍ଷିଣ ସମ୍ଭାଗ ବିଚାରଧାରାର ଅଧ୍ୟକ୍ଷ ପ୍ରଫୁଲ୍ଲ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ବଂଶୀଧର ଭୂୟାଁ ସ୍ୱାଗତ ଭାଷଣ ଓ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ବଲ୍ଲଭ ରାଉତ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନଚର୍ଯ୍ୟା ଆଲୋଚନା କରିଥିଲେ । ଏହି ସଭାରେ ଆଜୀବନ ସଦସ୍ୟ ରାମଚନ୍ଦ୍ର ରାମ, ସାଗର ପରିଡ଼ା ଅନୁଷ୍ଠାନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିବା ବେଳେ କେଦାରେଶ୍ୱର ପଟ୍ଟନାୟକ ଓ ମହାନନ୍ଦ ମହାଳିକ ନିଜ ବକ୍ତବ୍ୟ ରଖିଥିଲେ । ଏଥିରେ ସଙ୍ଗଠକ ରାଜକିଶୋର ନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପ୍ରକାଶ ଚନ୍ଦ୍ର ବେହେରା, ଅଞ୍ଜନ ଦାଶ, ଧନେଶ୍ୱର ମଲ୍ଲିକ, ମଦନ ମୋହନ ନାୟକ, ଆନନ୍ଦ ଖୁଣ୍ଟିଆ, ସୁରଜ ବାରିକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।