ବିଭିନ୍ନ ଅଞ୍ଚଳରେ ବନ୍ୟା : ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି । ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି କଟକ ମୁଣ୍ଡୁଳିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ହୀରାକୁଦ ଡ୍ୟାମ୍ର ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୮ ଦଶମିକ ୦୪ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ୍ ଜଳ । ସ୍ପିଲ୍ୱେ ପାଇଁ ୨ ଲକ୍ଷ ୯୪ ହଜାର ୩୦୦ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ୩୪ ହଜାର ୯୫୬ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ଶୁଳ୍କ ଲଗାଇବାର କିଛି ଘଣ୍ଟା ପରେ ଏସବୁ ଦେଶ ଉପରେ ଶୁଳ୍କ ଲଗାଇବା ନେଇ ଘୋଷଣା କରିଛନ୍ତି । ଭାରତ ସହ ବାଣିଜ୍ୟ ଚୁକ୍ତି ନେଇ ମଧ୍ୟ ମତ ରଖିଛନ୍ତି ଟ୍ରମ୍ପ । କହିଛନ୍ତି, ଭାରତ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ହୋଇଛୁ । ଏହା ସହ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ନେଇ ପୁଣି ଦାବି କରିଛନ୍ତି ।
ଟ୍ରମ୍ପ କହିଛନ୍ତି, ବହୁତ ବଡ଼ ଲଢ଼େଇ ଥିଲା ଭାରତ ଏବଂ ପାକିସ୍ତାନ । ଭାରତ ଏବଂ ପାକିସ୍ତାନ ସହିତ କାରବାର କରୁଛୁ । ଯଦି ତୁମେ ଯୁଦ୍ଧ କରିବାକୁ ଚାହୁଁଛ ତେବେ ଆମେ ତୁମ ସହିତ କୌଣସି ପ୍ରକାରର କାରବାର କରିବୁ ନାହିଁ ବୋଲି କୁହାଯାଇଥିଲା । ସେମାନେ ପରମାଣୁ ଯୁଦ୍ଧ ସ୍ଥିତିରେ ଥିଲେ, ତାହାକୁ ବନ୍ଦ କରିବା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।