ବିଭିନ୍ନ ଏନଜିଓଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର  : ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ଏନଜିଓ ଗୁଡିକଙ୍କ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଅନେକ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ତର ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି  । ଜନସାଧାରଣଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ଜନସଚେତନତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଲକ୍ଷ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇଛି । ସେହିପରି ଆସନ୍ତା ୧୭ ତାରିଖ ରେ  ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଧ୍ୟପ୍ରଦେଶ ଧାର ଜିଲ୍ଲାରୁ ଶୁଭାରମ୍ଭ ହେବାକୁ ଥିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ' ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତ ମହିଳା ଓ ବାଳିକାମାନେ କିଭଳି ଏହି ଯୋଜନା ଦ୍ୱାରା ଉପକୃତ ହେବେ ଏବଂ ଏହି ଅଭିଯାନ କୁ ସଫଳ କରାଇବା ପାଇଁ ପ୍ରୟାସ କରିବା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଏନଜିଓ ମାନଙ୍କୁ  ପରାମର୍ଶ ଦେଇଛନ୍ତି ।