ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳିତ, ଏକତା ଓ ଅଖଣ୍ଡତାର ସ୍ରୋତ ହେଉଛି ସମ୍ବିଧାନ

 ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି  । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ମଧ୍ୟ ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ  । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ସମ୍ବିଧାନର ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ  । ଆଚାର୍ଯ୍ୟ ମଳୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବାରିକ ନିଜ ବକ୍ତବ୍ୟରେ ଦେଶର ଏକତା ଓ ଅଖଣ୍ଡତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି ସମ୍ବିଧାନ ବୋଲି କହିଥିଲେ  । ତେଣୁ ସମ୍ବିଧାନ ଆମ ଦେଶ ତଥା ଜାତି ପାଇଁ ଗୌରବର ବାର୍ତ୍ତା ବହନ କରିଥାଏ ବୋଲି କହିଥିଲେ  ।
ନୀଳଗିରି: ନୀଳଗିରିର ଔପଦା ବ୍ଲକ ବାଉଁଶବଣିଆ ଗ୍ରାମପଞ୍ଚାୟତ ତରଫରୁ ଛବିଶ ନଭେମ୍ବରରେ ଅମୃତ ସରୋବର ବାଲିଓରା ମୁନିସ ପୋଖରୀ କୋଳରେ ପାଳିତ ହେଲା ସମ୍ବିଧାନ ଦିବସେ ପ୍ରଥମେ ଗ୍ରାମପଞ୍ଚାୟତର ନାୟବ ସରପଞ୍ଚ ସୁପ୍ରଭା ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଜାତୀୟ ସଂଗୀତ ଗାନ କରାଯିବା ସହ ସରପଞ୍ଚ ନିରଞ୍ଜନ ବାରିକ ବହୁ ଐତିହାସିକ ତଥ୍ୟଭିତ୍ତିକ ସମ୍ବିଧାନ ସଂପର୍କରେ ବକ୍ତବ୍ୟ ରଖି ଥିଲେ । ବିଶିଷ୍ଟ ଶିକ୍ଷାବିତ ମୋହେନ୍ଦ୍ର ପରିଡା ସମ୍ବିଧାନର ପ୍ରଣୟନ ସମ୍ପର୍କ ବକ୍ତବ୍ୟ ରଖିଥିଲେ । ଗ୍ରାମପଞ୍ଚାୟତ କାର୍ଯ୍ୟନିବାହିଁ ଅଧିକାରୀ ଚନ୍ଦନ ପତ୍ରି ସମ୍ବିଧାନ ପାଠ କରିଥିଲେ । ଏହି କାର୍ଯ୍ୟକର୍ମରେ ଦିଲୀପ ରାଉତ, କମଳା ପ୍ରଧାନ, ହରେନ୍ଦ୍ର ପ୍ରଧାନ, ନାରାୟଣ ଟୁଡୁ, ବିଶାଳ ଉମା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ନବରଙ୍ଗପୁର : ମହିଳା ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ମାଲେଶ୍ୱରୀ ସାହୁଙ୍କ ତତ୍ତ୍ୱାବଧାନରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ ଓ ଛାତ୍ରୀମାନଙ୍କ ମଧ୍ୟରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦାନ କରି ଭାରତର ସମ୍ବିଧାନ ଓ ମୁଖବନ୍ଧ ସମ୍ପର୍କରେ ଆଲୋକପାତ କରିଥିଲେ ।  ସମସ୍ତ ପ୍ରତିଯୋଗତା ଇତିହାସ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜିକା ରଞ୍ଜୁଷା କୁମାରୀ ପ୍ରହରାଜ, ବରିଷ୍ଠ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଏବଂ ରାଜନୀତି ବିଜ୍ଞାନର ଅଧ୍ୟାପିକା ଏମ ରୋହିଣୀ ରାଣୀ ପରିଚାଳନା କରିଥିଲେ ।
ବୈଶିଙ୍ଗା: ରାଇକମା ସ୍ଥିତ ରଘୁନାଥ ଉଚ୍ଚÿ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନାଙ୍କ ପୌରହିତ୍ୟ ଓ ନେତୃତ୍ୱରେ ଆୟୋଜିତ ଏହି ଉସôବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକମାନେ ସମ୍ବିଧାନ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ ।  ଆମ ସମ୍ବିଧାନ ଓ ଆମ୍ବେଦକର ବିଷୟ ବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରି ଥିଲେ । ପୃଥିବୀର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସମ୍ବିଧାନ କିପରି ସ୍ୱତନ୍ତ୍ର, ସେ ସମ୍ବନ୍ଧୀୟ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ମଞ୍ଚାଷୀନ ଶିକ୍ଷକ ଶିକ୍ଷୟତ୍ରୀମାନେ ।