ବିଶ୍ୱବିଜୟିନୀ ହେଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷା
ଧର୍ମଶାଳା : ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଇସ୍ତଫା ଦେବା ପରେ ଉକ୍ତ ପଦବୀ ଖାଲିପଡିଥିଲା । ଅନାସ୍ଥା କିମ୍ବା କୌଣସି କାରଣରୁ ବ୍ଲକ ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ବ୍ଲକର ଉପାଧ୍ୟକ୍ଷ ଅଧ୍ୟକ୍ଷ ଦୟିତ୍ୱରେ ରହିବାର ସରକାରୀ ବିଧେୟ ରହିଛି ।
ଫଳରେ ବ୍ଲକର ଉପାଧ୍ୟକ୍ଷା ତଥା ତାଳଜଙ୍ଘ ପଞ୍ଚାୟତର ସମିତିସଭ୍ୟା ବିଶ୍ୱବିଜୟିନୀ ମିଶ୍ର ଆଜି ବ୍ଲକ ଅଧ୍ୟକ୍ଷ ପଦରେ ବସିଛନ୍ତି । ସୂଚନା ଅନୁଯାୟୀ ସରକାର ପରିବର୍ତ୍ତନ ହେବା ପରେ ବ୍ଲକରେ ବିଜେଡି ଅଧ୍ୟକ୍ଷ ଥିବାରୁ ଉନ୍ନୟନ ମୁଳକ ସରକାରୀ କାର୍ଯ୍ୟ ତ୍ୱରାନ୍ୱିତ ହେବାରେ ବାଧା ଉପୁଜିଥିଲା । ଯାହାକୁ ନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ବଡିବା ସହିତ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅଗଷ୍ଟ ୧୧ତାରିଖରେ ଯାଜପୁର ପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା । ଭୋଟିଂ ପୂର୍ବରୁ ପ୍ରଭାତ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ବିଶ୍ୱଜିୟୀନୀ ଅଧ୍ୟକ୍ଷ ପଦ ଗ୍ରହଣ କରି କାର୍ଯ୍ୟାରମ୍ଭ କରିଥିଲେ । ଧର୍ମଶାଳା ବିଡିଓ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ । ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ବ୍ଲକରେ ପହଁଚି ବିଶ୍ୱବିଜିୟୀନୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ତେବେ ନବ ନିଯୁକ୍ତ ବ୍ଲକ ଅଧ୍ୟକ୍ଷ ସଠିକ ଭାବେ ନିଜର କାର୍ଯ୍ୟ ନିର୍ବାହ ନକରିପାରିଲେ ସରକାରୀ ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ନୁତନ ଅଧ୍ୟକ୍ଷ ନିର୍ବାଚନ କରାଯିବା ନେଇ ଜଣାଯାଇଛି ।