ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ପ୍ରତିବାଦରେ ଧାରଣା

ଦାନଗଦୀ:  ଦାନଗଦୀ ବ୍ଲକ ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗାଁ ୨ନମ୍ବର ୱାର୍ଡ ଆଦିବାସୀ ବସ୍ତିରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଗତକାଲି ରାତିରେ ସ୍ଥାନାନ୍ତର ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଆଜି ସ୍ଥାନୀୟ ବାସୀନ୍ଦ ତହସିଲ ଅଫିସ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ । ଖବର ମୁତାବକ ସୋଲେଇ ଗାଁର ଯେଉଁ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଥିଲା ସେହି ସ୍ଥାନରେ ସେହି ସାହିର ଯୁବକ ପୂଜାପାଠ, ପର୍ବ ପର୍ବାଣୀ, ସାମୁହିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିଲେ । ଜୈନିକ ବ୍ୟକ୍ତି ନିଜର ବେପାର କରିବା ଉଦେ୍ଦଶ୍ୟରେ ଧୀରେ ଧୀରେ ଜାଗାଟିକୁ ଅକ୍ତିଆର କରିବା ପାଇଁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଉଠାଇବା ପାଇଁ ପଛାଇ ନଥିଲେ । ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ, ତହସିଲଦାର, ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । କିନ୍ତୁ ଗତକାଲି ରାତିରେ ବିଜୁ ବାବୁଙ୍କ ପ୍ରତିମୂର୍ତି ଉଠି ଯାଇଥିବା ଆଜି ଦେଖି ତହସିଲ ଅଫିସ ସମ୍ମୁଖରେ ସ୍ଥାନୀୟ ଯୁବକ ଧାରଣାରେ ବସିବା ସହ ପ୍ରତିବାଦ କରିଥିଲେ । ଅଭିଯୋଗକାରୀଙ୍କ କହିବା କଥା ଯିଏ ଚାହିଁବ ସିଏ କଣ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଯେଉଁଠି କି ପାରିବ ଉଠାଇ ପାରିବ କି?  ଜିଲ୍ଲା ପ୍ରଶାସନ ଏଅଞ୍ଚଳରେ ସରକାରୀ ଜମି ଏକର ଏକର ଜବର ଦଖଲ ହେଉଥିବା ବେଳେ ଦୃଷ୍ଟି ନଦେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ନଶୁଣି ମନମୁଖୀ କାର୍ଯ୍ୟ କରିବା କେତେଦୂର ଠିକ । ଏବିଷୟରେ ପୁନଃ ବିଚାର ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓÿହ୍ଲାଇବାକୁ ବାସିନ୍ଦା ଚେତାବନୀ ଦେଇଛନ୍ତି ।