ପଥର ବୋଝେଇ ଡମ୍ପର ଜବତ
ସୋର : ସୋର ତହସିଲ ପକ୍ଷରୁ ଏକ ପଥର ବୋଝେଇ ଡମ୍ଫର ଜବତ କରାଯାଇ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି । ଗତ ୧୪ ତାରିଖ ବିଳମ୍ବିତ ରାତିରେ ସୋର ବାଗୁଡି ରାସ୍ତାରେ ବେଧଡକ ପଥର ଚାଲାଣ ହେଉଥିବା ଖବର ପାଇ ସୋର ତହସିଲଦାର ୈତାରି ମଲିକ ଚଢ଼ାଉ କରିଥିଲେ । ଏହି ସମୟରେ ବାଗୁଡି ଖଦାନରୁ ବେଆଇନ ଭାବେ ପଥର ବୋଝେଇ କରି ଆସୁଥିବା ଓଡି ୧୧ ଭି ୪୬୩୧ ନମ୍ବର ବିଶିଷ୍ଟ ଡ଼ମ୍ଫରକୁ ଜବତ କରି ଥାନା ପରିସରରେ ରଖିବା ସହ ଖଣି ବିଭାଗକୁ ହସ୍ତାନ୍ତର କରିଥିଲେ । ଚଢ଼ାଉ ହେଉଥିବା ଜାଣିପାରି ୬୦ ରୁ ଉର୍ଦ୍ୱ ଗାଡି ପଥର ଢାଳି ଚମ୍ପଟ ମାରିଥିଲେ । ଏଠାରେ ପୂର୍ବରୁ ବସାଯାଇଥିବା ପୁଲିସ କ୍ୟାମ୍ପକୁ ପୁନଶ୍ଚ ବସାଇ ପଥର ଲୁଟ ରୋକିବାକୁ ଦାବି ହୋଇଛି ।