ବିଶ୍ୱସ୍ତରୀୟ ମେଡି-ଟେକ୍ ହବ୍ ହେବ ଭୁବନେଶ୍ୱର: ଧର୍ମେନ୍ଦ୍ର

 ଭୁବନେଶ୍ୱର : ଡାକ୍ତରମାନେ କର୍ତ୍ତବ୍ୟ ପ୍ରତି ଅଧିକ ସଚେତନ ହେବା ଦରକାର । ଆକାଂକ୍ଷୀ ସମାଜର ଯନô ନେବା ସହ ଓଡ଼ିଶାରେ ସେବା କରିବା ଦରକାର । ସୋମବାର ଏମ୍ସ, ଭୁବନେଶ୍ୱରର ପଞ୍ଚମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ସ୍ନାତକୋତ୍ତର ଡାକ୍ତର ଏବଂ ଶିକ୍ଷା ସମୁଦାୟଙ୍କୁ ସମ୍ବୋଧିତ କରି ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମ୍ସ ଭୁବନେଶ୍ୱରରେ ଡାକ୍ତରମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେବା ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ସେ କହିଛନ୍ତି ଦୁଇ ଦଶନ୍ଧି ପୂର୍ବରୁ ଭାରତରନô ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଶିକ୍ଷା ଓ ଗବେଷଣା ପ୍ରଦାନ କ୍ଷେତ୍ରରେ ଉକôର୍ଷତାର ଏକ ‘ବଟ୍ଟବୃକ୍ଷ'ରେ ପରିଣତ ହୋଇଛି । ଏହା ଅନେକଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି । ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ; ପ୍ରଗତି ଏବଂ ସମୃଦ୍ଧିର ମୂଳଦୁଆ । ଜାତୀୟ ବିକାଶରେ ଆମର ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷା ପ୍ରତିଷ୍ଠାନର ଗୁଣବତ୍ତା ଏବଂ ବିବିଧତା ସହିତ  ଭୁବନେଶ୍ୱର ଏକ ବିଶ୍ୱସ୍ତରୀୟ ମେଡି-ଟେକ୍ ହବ୍ ଭାବରେ ଉଭା ହେବାର ସମ୍ଭାବନା ରଖିଛି । 
କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ଡିଗ୍ରୀ ଓ ପଦକ ହାସଲ କରିଥିବା ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ ।