ବିଶ୍ୱାସରେ ବିଷ ଦେଇ ଲୁଟିନେଲା ଟଙ୍କା ଓ ସୁନା ; ପଡୋଷି ଗିରଫ

ବିଶ୍ୱାସରେ ବିଷ ଦେଇ ଲୁଟିନେଲା ଟଙ୍କା ଓ ସୁନା ; ପଡୋଷି ଗିରଫ

  • ଭୁବନେଶ୍ୱର, ୨୮ା୮ : ଲୁଗା ବ୍ୟବସାୟୀଙ୍କ ବିଶ୍ୱାସରେ ବିଷ ଦେଇ ଘରୁ କଳାକନା ବୁଲାଇଲା ପଡୋଷି । ସୁଯୋଗ ଦେଖି ନେଇଗଲା ଅଧକେଜିର ସୁନା ଓ ନଗଦ ୮୦ ହଜାର ଟଙ୍କା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଘର ଆଗରେ ଲାଗିଥିବା ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା ଘରୁ କେହି ବାହାର ଚୋର ପଶି ଚୋରି କରିନାହାନ୍ତି ବରମ ପଡ଼ିଶା ଘରର ଯୁବକର ଏଭଳି କାଣ୍ଡ ଭିଆଇଛି । ପରେ ତାକୁ ଥାନାକୁ ଆଣି ପଚରା ଉଚରା ବେଳେ, ସେ ଗତ ୧୯ ତାରିଖ ଖରାବେଳ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଭିତରେ ପଶି ଆଲମିରାରୁ ୫୦୦ ଗ୍ରାମ ସୁନା ଓ ୮୦ ହଜାର ଟଙ୍କା ଚୋରି କରି ନେଇଛି । ପରେ ତାଠାରୁ ସମସ୍ତ ଚୋରି ସୁନା ଜବତ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଜାଗମରା ବରବାରିର ସୌମ୍ୟରଞ୍ଜନ  ଗୁରୁ ।
     ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଗୋଲେଖ ବିହାରୀ ପଣ୍ଡା ଜଣେ ଲୁଗା ବ୍ୟବସାୟୀ । ସେ ପରିବାର ସହ ଖଣ୍ଡଗିରି ଥାନା ଅଧିନ ଜାଗମରା ବରବାରିରେ ରହୁଥିଲେ । ତାଙ୍କ ପଡିଶା ଘରେ ଅଭିଯୁକ୍ତ ସୌମ୍ୟରଞ୍ଜନ ଗୁରୁ ରହୁଥିଲା । ଯାହା ଫଳରେ ଦୁଇ ପରିବାରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିବାରୁ କେହି କାହାର ଘରକୁ ବାହାରକୁ ଗଲେ ତାଲା ପକାଉନଥିଲେ । ସବୁଦିନ ଭଳି ଗତ ୧୯ ତାରିଖ ଖାରାବେଳେ ଅଭିଯୋଗକାରୀ ୟୁନିଟ୍-୧ରେ ଥିବା ଲୁଗା ଦୋକାନକୁ ଯାଇଥିବା ବେଳେ ଘରେ ତାଙ୍କର ସ୍ତ୍ରୀ, ଛୁଆ ଓ ମାଆ ରହିଥିଲେ । ଏହି ସମୟରେ କିଛି ଟଙ୍କା ଦରକାର ପଡ଼ିବାରୁ ଅଭିଯୋଗକାରୀଙ୍କ ସ୍ତ୍ରୀ ଆଲମିରା ଖୋଲି ଦେଖିଲା ବେଳେକୁ କେହି ଟଙ୍କା ଓ ସମସ୍ତ ସୁନାକୁ ଗାଏବ୍ କରିଦେଇଛି । ଏଘଟଣା ଜାଣିବା ପରେ ସବୁଆଡେ ଖୋଜାଖୋଜି କରି ପଚରା ଉଚରା ପରେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇ ପଡୋଷି ଘରେ ରହୁଥିବା ଯୁବକକୁ ଡାକି ପଚରା ଉଚରା ବେଳେ, ଅଭିଯୁକ୍ତ ବିଶ୍ୱାସରେ ବିଷ ଦେଇ ସୁଯୋଗ ଦେଖି ତାଙ୍କ ଆଲମିରାରୁ ୫୦୦ ଗ୍ରାମର ସୁନା ଓ ୮୦ ହଜାର ଟଙ୍କା ଚୋରି କରି ନେଇଯାଇଥିଲା । ହେଲେ କେହି ଘରୁ ଚୋରି ହୋଇଥିବା ଜାଣି ପାରିନଥିଲେ । ପରେ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।