ବିଶ୍ୱ ପରିବେଶ ଦିବସ 

 ସମ୍ବଲପୁର : ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାମପାଲି ସ୍ଥିତ ନର୍ସରୀ ଠାରେ ଆରମ୍ଭ ହୋଇଥିବା ସବୁଜ ସମ୍ବଲପୁର ମିଶନ ଜରିଆରେ ଅଗଷ୍ଟ ୩୧ ମଧ୍ୟରେ ମହାନଗର ଅଞ୍ଚଳରେ ୧ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି । ଡିଏଫ୍ଓ କଳିଙ୍ଗ ଗୋରାଖ ୱାମନ୍ ସ୍ୱାଗତ ଭାଷଣ ରେ କହିଲେ, ଚଳିତ ବର୍ଷ  ବିଶ୍ୱ ପରିବେଶ ଦିବସର ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଉପରେ ଆଧାରିତ । ଆମର ମୃତ୍ତିକା, ଜଳ, ଜଙ୍ଗଲ ଓ ଜୈବବିବିଧତା ପ୍ଲାଷ୍ଟିକ ଆବର୍ଜନା ବୃଦ୍ଧି ଯୋଗୁଁ ବିପଦର ସମ୍ମୁଖୀନ ହେଉଛି । ପ୍ଲାଷ୍ଟିକ ବ୍ୟବହାର ନିୟନ୍ତ୍ରଣ, ପୁନଃ ଚକ୍ରଣ ବୃଦ୍ଧି କରିବା ଓ ପରିବେଶ ଅନୁକୂଳ ବିକଳ୍ପ ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ କରୁଛନ୍ତି ବୋଲି କହିଥିଲେ । ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କହିଲେ ଯେ, ଦୃଶ୍ୟମାନ ଜାଗା, ସର୍ବସାଧାରଣ ଜାଗାରେ ଗଛ ଲଗେଇବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ୱାରା ସମସ୍ତେ ଉପକୃତ ହୋଇପାରିବେ । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର କହିଲେ ଯେ, ବିଶ୍ୱ ପରିବେଶ ଦିବସ ପାଳନର ବିଷୟ ବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଉପରେ ଧ୍ୟାନ ଦେବା ପ୍ରତି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।