ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

 ରାଜନଗର : ରାଜନଗର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ରୁଦ୍ରପ୍ରସାଦ ରାୟ, ଡାକ୍ତର ପୁଷ୍ପାଞ୍ଜଳି ମହାପାତ୍ର, ଡାକ୍ତର ନିଳାଦ୍ରୀ ମହାନ୍ତି, ପିଏଚଓ ତରୁଲତା ନାୟକ, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯକ୍ଷ୍ମା ରୋଗକୁ ମୂଳପୋଛ କରିବା ପାଇଁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିପାରିଲେ ୨୦୩୦ ମସିହା ସୁଦ୍ଧା ଦେଶରୁ ହଟାଇ ଦେଇ ପାରିବା ବୋଲି ମତପ୍ରକାଶ ପାଇଥିଲା । ବିଶେଷ କରି ୬୦ବର୍ଷରୁ ଊଦ୍ଧ୍ୱର୍ ପୁରୁଷ ଓ ମହିଳା ମଧୁମେହ ରୋଗୀ, ନିୟମିତ ଧୂମ୍ରପାନ କରୁଥିବା ବ୍ୟକ୍ତିମାନଙ୍କର ଆଶାକର୍ମୀମାନେ କଫ୍ ପରୀକ୍ଷା କରି ଏହି ରୋଗ ଚିହ୍ନଟ କରିବାକୁ ନିଷ୍ପତ୍ତି କରାଯାଇଛି । ପୂର୍ବରୁ ଶହେ ଦିନ ଧରି ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୬ଟି ଗ୍ରାମକୁ ଯକ୍ଷ୍ମାମୁକ୍ତ ଗ୍ରାମ ଘୋଷଣା କରାଯାଇଛି । ସମସ୍ତଙ୍କ ସହଯୋଗରେ ଦେଶ ଯକ୍ଷ୍ମାମୁକ୍ତ ହୋଇପାରିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର  ମହାନ୍ତି ମତବ୍ୟକ୍ତ କରିଥିଲେ ।