ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା
ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲାସ୍ତରୀୟ ୯୦ତମ ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଥିବା ପ୍ରସ୍ତୁତି ବୈଠକରେ ସ୍ଥିରୀକୃତ ମାର୍ଗଦର୍ଶିକା ଅନୁଯାୟୀ ମଧ୍ୟ ଇଂରାଜୀ ଓ ହାଇସ୍କୁଲ ସ୍ତରରେ ଓଡ଼ିଆ ଭାଷାରେ ଓଡ଼ିଶା ସମ୍ବନ୍ଧୀୟ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ସାଳନ୍ଦୀ ହସ୍ପିଟାଲର ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଥିଲା । ହସ୍ପିଟାଲର ସତ୍ତ୍ୱାଧିକାରୀ ଡା. ପ୍ରଭାସ ଚନ୍ଦ୍ର ମହାନ୍ତି ସଂସ୍କୃତି ଭବନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ପରି·ଳନା କରିଥିଲେ । ସଙ୍ଗୀତ ଗୁରୁ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ବିଭୂତି ଭୂଷଣ ପଣ୍ଡା, ରମାକାନ୍ତ ଜେନା, ପ୍ରକାଶ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ରାୟ, ସୀତାକାନ୍ତ ଦାସ ପ୍ରମୁଖ ବି·ରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଜୁନିୟର ଗ୍ରୁପ୍ରେ ଏସ୍ବିଡି ସ୍କୁଲର ସ୍ୱାଭିମାନ ପଣ୍ଡା ୧ମ, ଓଜୋସ୍ମିତା ମହାପାତ୍ର ଦ୍ୱିତୀୟ, ଜ୍ୟୋତି କନଭେଣ୍ଟସ୍କୁଲର ସମୀକ୍ଷା ନାୟକ ତୃତୀୟ, ସିନିୟର ଗ୍ରୁପ୍ରେ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିରର ହିମାନ୍ଦ୍ରି ତନୟା ପଣ୍ଡା ୧ମ, ସନସାଇନ୍ ମିଶନ୍ ସ୍କୁଲର ଅନୁଭବ ପାଣି ୨ୟ ଓ ଡିଏଭିଏସ୍ଡିପିଏସ୍ ସ୍କୁଲର ସ୍ମୃତି ସୌଜନ୍ୟା ପୁହାଣ ତୃତୀୟ ସ୍ଥାନ ଅଧିକାର କରିଥିଲେ ।