ଗୁରୁ ପୂଜନ ଓ ଭଜନ ସମାରୋହ
ପୁରୀ: ଧାର୍ମିକ ଅନୁଷ୍ଠାନ ବୈକୁଣ୍ଠ ବାର୍ତ୍ତାବହ ସମିତି ପକ୍ଷରୁ ଗୁରୁପୂର୍ଣ୍ଣିମା ମହୋସôବ ଓ ବୈକୁଣ୍ଠ ଭଜନ ସମାରୋହ ଅନୁଷ୍ଠିତ ହୋଇଛି । ଶରଧାବାଲି ସ୍ଥିତ ରାଧାବଲ୍ଲଭ ମଠ ସତ୍ସଙ୍ଗ ଭବନ ପରିସରରେ ଅନୁଷ୍ଠିତ ଏହି ସମାରୋହରେ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ଜୀ ଓ ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ ଅତିଥି ରୂପେ ଯୋଗଦାନ କରିଥିଲେ । ପ୍ରବଚକ ଥିଲେ ବାବାଜୀ ଚେତନାନନ୍ଦ ଦାସ, ବାବାଜୀ ବାଳକାନନ୍ଦ ଦାସ, ବାବାଜୀ ସତ୍ୟାନନ୍ଦ ଦାସ, ବାବାଜୀ ଅମୃତାନନ୍ଦ ଦାସ, ବାବାଜୀ ନିର୍ଭୟାନନ୍ଦ ଦାସ । ପର୍ଶୁରାମ ସାହୁ, ନବକିଶୋର ସାହୁ, ସୁରେନ୍ଦ୍ର ନାଥ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଚାନ୍ଦବାଲି : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଚାନ୍ଦବାଲି ଶାଖା ଅନୁକୁଲ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଭାପତି ଶିକ୍ଷକ ଅମୂଲ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଗୁରୁବନ୍ଦନ ଉସôବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉସôବରେ ଜିଲ୍ଲା ଉପ-ସଭାପତି ପ୍ରଦୀପ କୁମାର ଦାଶ,ସଂଘର ଖଣ୍ଡ କାର୍ଯ୍ୟବାହ ସଂଗ୍ରାମ ଦାସ, ସମ୍ପାଦକ ମାନସ ପାଢୀ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମ ପରମ୍ପରାରେ ଗୁରୁ ପୂଜନ ସଂପର୍କରେ ଆଲୋଚନା କରି ମହର୍ଷି ବ୍ୟାସଦେବଙ୍କ ମହାନ୍ ବ୍ୟକ୍ତିତ୍ୱ ଓ ଆଧ୍ୟାତ୍ମିକ ଚିନ୍ତା ଚେତନା ଓ ଦର୍ଶନ ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ପ୍ରଧାନ ଆଚାର୍ଯ୍ୟ ମୃତୁ୍ୟଞ୍ଜୟ ନାୟକ, ଶିକ୍ଷକ ଅସିତ୍ ପଣ୍ଡା, ରବୀନ୍ଦ୍ର ନନ୍ଦୀ, ଶିବବ୍ରତ ରାଉତ, ଜନ୍ମେଜୟ ନାୟକ, ହେମନ୍ତ ଦାସ, ଶାନ୍ତି ଭୂଷଣ ବିଶ୍ୱାଳ, ବ୍ରଜ ବିନ୍ଧାଣି ଓ ଶିକ୍ଷାର୍ଥି ଆୟୁଷ ଦାସ ପ୍ରତୁ୍ୟଷ ଦାସ ପ୍ରମୁଖ ଯୋଗ ଦେଇଥିଲେ ।