ୱାରେଣ୍ଟ ବଳରେ ୧ ଗିରଫ
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ଗହଙ୍କୁ ଗ୍ରାମର ମଙ୍ଗୁଳୁ ନାୟକଙ୍କୁ ପୁଲିସ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏ ନେଇ ମଙ୍ଗୁଳୁଙ୍କ ବିରୁଦ୍ଧରେ ଜିଆର୍ କେସ୍ ନଂ ୩୦୫/୧୫ରେ ଏକ ମାମଲା ରହିଛି । ଗତ ୨୦୧୫ ମସିହାରେ ମଙ୍ଗୁଳୁ ଏକ ଡକାୟତି ଯୋଜନାରେ ସମ୍ପୃକ୍ତ ଥାଇ ଦୀର୍ଘ ୯ ବର୍ଷରୁ ଉର୍ଦ୍ଧ୍ୱ କାଳ ଫେରାର ରହିଥିଲେ । ତେବେ ବୁଗୁଡ଼ା ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।