ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ ସମ୍ପର୍କିତ କର୍ମଶାଳା
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଜାତୀୟ ସେବା ଯୋଜନା ୟୁନିଟ୍ ପ୍ରଥମ ଓ ଦ୍ୱିତୀୟର ମିଳିତ ଆନୁକୂଲ୍ୟରେ ଶୀର୍ଷକ "ଟ୍ରି ପ୍ଲାଣ୍ଟେସନ୍ସ ଏଣ୍ଡ ସଷ୍ଟେନେବିଲିଟ୍ସ’ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସର୍ବତ୍ର ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏବହି କର୍ମଶାଳାରେ ମୁଖ୍ୟଅତିଥି ବନପାଳ ପଲ୍ଲଭୀ ନନ୍ଦ, ମୁଖ୍ୟବକ୍ତା ଭାବେ ପୋଲସରା ବିଜ୍ଞାନ କଲେଜର ପ୍ରୋଗ୍ରାମ ଅଫିସର ଶେଖ୍ ଫରିଦ୍ ଓ ସମ୍ମାନିତ ଅତିଥି ଭାବେ କଲେଜର ଏକାଡେମିକ୍ ବକ୍ସାର ଅଧ୍ୟାପକ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ସବୁଜିମାଭରା ଭବିଷ୍ୟତ ଅଭିମୁଖେ ଏକ ପଦକ୍ଷେପ ସ୍ୱରୂପ ବୃକ୍ଷରୋପଣ ସାଙ୍ଗକୁ ତାହାର ରକ୍ଷଣାବେକ୍ଷଣ ଅତ୍ୟାବଶ୍ୟକ ବୋଲି ମତ ଦେଇଥିଲେ । ବୃକ୍ଷରୋପଣର ଆବଶ୍ୟକତା ଓ ଉପାଦେୟତା ଏବଂ ବୃକ୍ଷରୋପଣ ଓ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ନିଜକୁ ସାମିଲ କରିବାକୁ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଏନ୍ଏସ୍ଏସ୍ ୟୁନିଟ୍-୧ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବିନ୍ଦ୍ର ନାଥ ପଲାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ୟୁନିଟ୍-୨ର ପ୍ରୋଗାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଅର୍ପଣ କରିଥିଲେ ।