ବୃକ୍ଷରୋପଣ କାର୍ଯ୍ୟକ୍ରମ
ସୋର: ମଙ୍ଗଳପୁର ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ । ୟୁଥ ରେଡ଼କ୍ରସ ଓ ରେଡରିବନ କ୍ଲବର ପରାମର୍ଶଦାତା ତଥା ଇଂରାଜୀ ବିଭଗର ମୁଖ୍ୟ ଅଧ୍ୟାପକ ଡକ୍ଟର ପୁଣ୍ୟବ୍ରତ ମହାନ୍ତି ଏବଂ ଜାତୀୟ ସେବା ଯୋଜନାର ଅଧିକାରୀ ତଥା ଅର୍ଥନୀତି ବିଭାଗର ପିଜିଟି ସୁଜିତ କୁମାର ଗୋଛାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୦୦ ଜଣ ସ୍ୱେଚ୍ଛାସେବୀ ୨୦୦ ବୃକ୍ଷ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ପଙ୍କଜ କୁମାର ଜେନା, ଅଜୟ କୁମାର ବାରିକ, ପ୍ରଶାନ୍ତ କୁମାର ଜେନା, ସୁଶାନ୍ତ କୁମାର ରାଉଳ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, କ୍ରୀଡ଼ାଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ପୁଷ୍ପଲତା ପାଢ଼ୀ, ଅଧ୍ୟାପିକା ରଂଜିତାବାଳା ମହାପାତ୍ର, ଅନ୍ନପୂର୍ଣ୍ଣା ଜେନା, ସନ୍ଧ୍ୟାରାଣୀ ଜେନା, ପିଜିଟି କସ୍ତୁରୀ ପାଲଟା, ଗଜେନ୍ଦ୍ର କବି, ଶାନ୍ତନୁ କୁମାର ପାତ୍ର, ମନୋଜ କୁମାର ଶବର, କୁମାରୀ ସୁଦେସ୍ନା ଦାଶ ମହାପାତ୍ର, ଇତିଶ୍ରୀ ମହଲା, ଶିକ୍ଷା କର୍ମଚାରୀ ଦ୍ୱିଜେନ୍ଦ୍ର ପ୍ରସାଦ ଦାସ,, କୈଳାସ ଚନ୍ଦ୍ର ବାରିକ, ଅଣାକାର ନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ ଏବଂ ପ୍ରଦୁ୍ୟମ୍ନ କୁମାର ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।