ବେଆଇନ ଗଚ୍ଛିତ କୋଇଲା ଜବତ
ାା ପ୍ରଭାନୁ୍ୟଜ ।ା ସାରସକଣା ; ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ତିନି ରାଜ୍ୟ ସୀମାନ୍ତ ଜାମଶଳା ଠାରେ ମୟୂରଭଞ୍ଜ ଜିଲ୍ଲା ମାଇନିଙ୍ଗ ବିଭାଗର ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ବେଆଇନ ଗଚ୍ଛିତ କୋଇଲା ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାରିପଦା ମାଇନିଙ୍ଗ ଅଧିକାରୀ ଜାମଶଳା ଠାରେ ବେଆଇନ କୋଇଲା କାରବାର ଚାଲିଥିବା ଖବର ପାଇ ସଦଳବଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ତେବେ ଗୋଟିଏ ସ୍ଥାନରେ ଆଠ ଟନ୍ କୋଇଲା ଗୋଚ୍ଛିତ ଥିବା ଦେଖି ହାଇୱା ଯୋଗେ ଉକ୍ତ କୋଇଲାକୁ ଜବତ କରି ବିଭାଗୀୟ ଅଧିକାରୀ ନେଇଯାଇଛନ୍ତି । ତେବେ ଏହି କାରବାର କାହା ମାଧ୍ୟମରେ ଚାଲିଥିଲା ତାହା ବିଭାଗୀୟ ଅଧିକାରୀ ସୂଚନା ଦେଇପାରିନାହାନ୍ତି । ଏକ ମାସ ମଧ୍ୟରେ କାହାର କୋଇଲା ଜଣା ନ ପଡିଲେ ଉକ୍ତ ଜବତ କୋଇଲାକୁ ନିଲାମ କରାଯିବ ବୋଲି କହିଥିଲେ ।