ଟ୍ରକ ମାଲିକ ସଂଘ ସଭାପତିଙ୍କ ସାମ୍ବାଦିକ ସମ୍ମଳିନୀ
ାା ପ୍ରଭାନୁ୍ୟଜ୍ ।ା ରାୟଗଡା: ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ରାୟଗଡା ସହର ସ୍ଥିତ କପିଳାସ ହୋଟେଲ ପାଖ ଅଫିସରେ ସାମ୍ବାଦିକ ସମ୍ବିଳନି ଡାକି ରାୟଗଡା ଜିଲ୍ଲା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କ ନାମରେ ୪୦ ବର୍ଷରେ ସେ ଟ୍ରକ୍ ମାଲିକ ସଂଘର ୬୦ କୋଟିରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ମାତ୍ର ପୁଲିସ ପ୍ରମାଣ ଅଭାବରୁ ଏଫ୍ଆଇଆର ଗ୍ରହଣ କରୁନାହାନ୍ତି । ତାର ପ୍ରତିବାଦ ସ୍ୱରୂପ ଏନ୍.ଭାସ୍କର ରାଓଙ୍କ ଟ୍ରକ୍ ମାଲିକ ସଂଘ ସଭାପତି ଥିବା ସମୟରେ କେତେ ବର୍ଷ ରହି କେତେ ଟଙ୍କା ଆଦାୟ ହୋଇଥିଲା ଏବଂ ତାର ହିସାବ ସିଏ. ପୃଥିବୀରାଜ ଓ ଟ୍ରକ୍ ମାଲିକ ସଂଘ ସଭାପତି ଣ. କୋଣ୍ଡାବାବୁ ବିସ୍ତୃତ ବିବରଣୀ ଦେବା ସହ ରାୟଗଡା ସହର ଏକ ଶାନ୍ତି ଶୃଙ୍ଖଳାର ସହର ଏହି ସହରରେ ଏନ.ଭାସ୍କର ରାଓଙ୍କ ଟିମ୍ ଦ୍ୱାରା ବିଶୃଙ୍ଖଳା, ଜମି ମାଫିଆ ଦ୍ୱାରା ଜମି କବ୍ଜା କରିବା ସହ ବହୁ ଟ୍ରକ୍ ମାଲିକଙ୍କ ଟଙ୍କା ଆତ୍ମସାତ ଅଭିଯୋଗ କରିଛନ୍ତି । ଣ. କୋଣ୍ଡାବାବୁ ଏହି ସବୁ ପ୍ରମାଣ ସହ ଏନ୍.ଭାସ୍କର ରାଓଙ୍କ, ଏମ.ଚିତ୍ତୀ, ଏନ୍.କ୍ରିଷ୍ଣା ଏହି ୩ ଜଣକ ନାମରେ ଏତେଲ ଦେଲା ପରେ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଗଲେ ରାୟଗଡା ଜିଲ୍ଲା ଟ୍ରକ ମାଲିକ ମାନେ ରାଜ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରି ପ୍ରତିବାଦ କରିବେ ବୋଲି ଧମକ ଦେଇଛନ୍ତି ।